ନୀଳଗିରିରେ ସବୁଠି ଧର୍ମଘଟର ପ୍ରଭାବ। ବିଶେଷକରି ତୀର୍ଥଯାତ୍ରୀ ହନ୍ତସନ୍ତ।
ନୀଳଗିରି ,୧୨/୨(ମିଏସ):ଭାରତବର୍ଷର ଏଆଇଟିୟୁସି, ସିଟୁ, ଆଇଏନଟିୟୁସି, ଏଚଏମଏସ ସମେତ ୧୦ଗୋଟି ଶ୍ରମିକ ସଂଗଠନ ସମେତ ଆଞ୍ଚଳିକ ଶ୍ରମିକସଂଗଠନର ମୋଟ ୩୦ ଗୋଟି ଶ୍ରମିକସଂଗଠନ ଡାକରାରେ ୧୨ ଫେବୃଆରୀକୁ ହରତାଳ ଜରିଆରେ ଶ୍ରମଆଇନ ସଂଶୋଧନ ବିରୁଦ୍ଧରେ ବନ୍ଦ ଡାକରା ଦିଆଯାଇଥିଲା l ଏହି ବନ୍ଦକୁ ସଫଳପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ମାର୍କ୍ସବାଦ କମ୍ୟୁନିଷ୍ଟ ପାର୍ଟି, ଜାତୀୟ କଂଗ୍ରେସ , ବିଜୁଜନତାଦଳର ସମର୍ଥନ ରେ ନୀଳଗିରିରେ ଅଭୁତପୂର୍ଣ୍ଣ ବନ୍ଦ ଦେଖିବାକୁ ମିଳିଥିଲା l ସକାଳ ୬ଘଟିକା ଠାରୁ ନୀଳଗିରିର ପରିବାମାର୍କେଟ ଠାରୁ ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ, ଡାକ ଅଫିସ, ରେଞ୍ଜ ଅଫିସ, ତହସିଲ, କଚେରୀ, ବ୍ଲକ, ଅଦାଲତ ଆଦି ସମସ୍ତ ସରକାରୀ ବେସରକାରୀ ଦପ୍ତର, ବାଣିଜ୍ୟପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା l ଓକିଲସଂଘ କୋଟବର୍ଜନ କରିଥିବା ବେଳେ କେବଳ ପୋଲିସ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା l ଏହି ଅଭୁତପୂର୍ବ ବନ୍ଦଡାକରା ପାଇଁ ସିପିଆଇ ର ବରିଷ୍ଠ ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ନିରଞ୍ଜନ ବାରିକ, ଜୋନ ସମ୍ପାଦକ ବିଜୟ ସ, ଜିଲ୍ଲା କମିଟି ସଦସ୍ୟ ହରେକୃଷ୍ଣ ପଣ୍ଡିତ, ପ୍ରଭାକର ମହାପାତ୍ର, ଗାୟତ୍ରୀ ପଣ୍ଡା, ବାସନ୍ତୀ ନାୟକ, ନିହାର ଜେନା, ଦେବେନ୍ଦ୍ର ବେହେରାଙ୍କ ସମେତ ଜୋନକମିଟି ସଦସ୍ୟ ତଥା ଶାଖାସମ୍ପାଦକ ମାନେ ଯୋଗଦେଇଥିବା ବେଳେ ସିପିଆଇଏମ ତରଫରୁ ଜୋନ ସମ୍ପାଦକ ବିଜୟ ପାତ୍ର, ବିଧାୟକ ପ୍ରାର୍ଥୀ ଯୋଗାନନ୍ଦ ଦାସ, ଜ୍ୟୋତିର୍ମୟ ରାଉତ, ନାରାୟଣ ଧାମୁଡ଼ିଆ, ସତ୍ୟଜିତ ଦାସ, କଂଗ୍ରେସ ଦଳ ତରଫରୁ କୃଷକସେଲର ରାଜ୍ୟ ସମ୍ପାଦକ ଯଶୋଦାନନ୍ଦନ ସିଂହ, ବ୍ଲକ ସଭାପତି ତପନ ରାଉତ, ଜିଲ୍ଲା ସାଧାରଣ ସମ୍ପାଦକ ଯୋଗେଶ୍ୱର ବେହେରା, ନଗରସଭାପତି ଉପେନ୍ଦ୍ର ବେହେରା, ବିଦ୍ୟାଧର ମହାନ୍ତି ପ୍ରମୁଖ ଧର୍ମଘଟର ନେତୃତ୍ୱ ନେଇଥିଲେ।ସେହିପରି ବିଜୁଜନତାଦଳ ତରଫରୁ ଗଙ୍ଗାଧର ମିଶ୍ର, ରବୀନ୍ଦ୍ର ପରିଡା, ରାମଚନ୍ଦ୍ର ଦାସ, ପାଚିକାସଂଘର ନେତୃତ୍ୱ ଙ୍କ ସହିତ କର୍ମୀଙ୍କ ସମେତ ୩ଶହରୁ ଉର୍ଦ୍ଧ ବିକ୍ଷୋଭକାରି ଯୋଗଦେଇଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଏହି ବନ୍ଦ ଫଳରେ ଦୂରଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଓ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା।



إرسال تعليق