ସୁରକ୍ଷିତ ଇଣ୍ଟରନେଟ୍ ଦିବସ ପାଳିତ
ନୀଳଗିରି,୧୨/୨(ଓଡ଼ଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଅନ୍ତର୍ଗତ କାଣ୍ଡଗରଡି ଗ୍ରାମ ପଞ୍ଚାୟତରେ ପାଳିତ ହୋଇ ଯାଇଛି ସୁରକ୍ଷିତ ଇଣ୍ଟରନେଟ୍ ଦିବସ ।କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହିତରେ ରାଜ୍ୟ ସରକାରଙ୍କ ପରିଚାଳନାରେ ଓକେ ସି ଏଲ୍ ଦ୍ଵାରା ସ୍ଵୀକୃତିପ୍ରାପ୍ତ ସଂସ୍ଥା , ବାର୍ହାକୋଇଲି ସ୍ଥିତ ସତ୍ୟସାଇ କମ୍ପ୍ୟୁଟର ଏକାଡ଼େମୀ ତରଫରୁ ଏହି କାର୍ଯ୍ୟକ୍ରମରେ କେମିତି ଇଣ୍ଟରନେଟ୍ ବ୍ୟବହାର କରିବା ଓ ସାଇବର୍ ଠକେଇରୁ କେମିତି ନିଜକୁ ସୁରକ୍ଷା ଦେଇ ପାରିବା ଯାହାକି ବ୍ୟାଙ୍କ୍ ଠକେଇ ମେସେଜ୍, ଓ ଟି ପି ମାଗିବା, ଅନ୍ ଲାଇନ୍ ପେମେଣ୍ଟ, ନକଲି ଗ୍ରାହକ ସେବା, ଟଙ୍କା ଦୁଇ ଗୁଣା ହେବା କହି ଲଟେରୀ ମେସେଜ୍, ବ୍ୟାଙ୍କ୍ କର୍ମଚାରି କହି ନିଜର ଜରୁରୀ କାଗଜପତ୍ର ମାଗି ଠକେଇ କରିବା ସମ୍ୱନ୍ଧରେ ପ୍ରଶିକ୍ଷକ ବିଶ୍ବରଂଜନ ପ୍ରଧାନ ଅବଗତ କରାଇ ଥିଲେ । ବାବା ପଞ୍ଚଲିଙ୍ଗେଶ୍ଵର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା, କାଣ୍ଡଗରଡି ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ରାଉତ୍ ସଭାପତି, ପଞ୍ଚାୟତର ପି ଇ ଓ ବେଣୁଧର ପୃଷ୍ଟି ସମ୍ମାନିତ ଅତିଥି, ସତ୍ୟସାଇ କମ୍ପ୍ୟୁଟର୍ ଏକାଡେମୀର ପରିଚାଳକ ଦେବାଶିଷ ବିଶ୍ଵାଳ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନରେ ଏହି ସଚେତନତା କାର୍ଯ୍ୟକ୍ରମରେ ସଚେତନ ହେବାକୁ କହିଥିଲେ । ଦୁଷ୍ମନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ। ପଞ୍ଚାୟତର ଏସ ଏଚ ଜି ଗ୍ରୁପର ମହିଳା, କମ୍ପ୍ୟୁଟର ଶିଖିଥିବା ଛାତ୍ରଛାତ୍ରୀ, ଅଞ୍ଚଳରେ ଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ।



إرسال تعليق