ବାହାନଗାରେ ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣା
ବାଲେଶ୍ୱର,୧୩/୨(ଓଡ଼ଶା ଆଦର୍ଶ):ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ୧୬ ନମ୍ବର ଜାତୀୟ ରାଜପଥ ବାହାନଗା ବଜାର ଉପରେ ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା । ଆଜି ଭୋର ସମୟରେ ପଶ୍ଚିମବଙ୍ଗରୁ ଆନ୍ଧ୍ରକୁ ଏକ ତୀର୍ଥ ଯାତ୍ରୀ ବସ ଯାଉଥିଲା । ଏହି ସମୟରେ ଡ୍ରାଇଭରଙ୍କ ନିଦ ଲାଗିଯିବାରୁ ବ୍ରିଜ ଉପରକୁ ଚଢିଯାଇଥିଲା ବସ୍ । ଡ୍ରାଇଭର ଜଣକ ବ୍ରିଜରୁ ତଳକୁ ଖସିପଡ଼ିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ବସରେ ୫୦ଜଣ ଯାତ୍ରୀ ଥିବାବେଳେ ୧୪ଜଣ ଗୁରୁତର ଆହତ ହୋଇ ଏବେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏବେ ବସଟି ପୋଲ ଉପରେ ଝୁଲି ରହିଛି ।



Post a Comment