Header ADS

ହାତୀ ଆକ୍ରମଣରେ ମୃତକଙ୍କ ପତ୍ନୀଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ

 ହାତୀ ଆକ୍ରମଣରେ ମୃତକଙ୍କ ପତ୍ନୀଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ପ୍ରଦାନ 



ନୀଳଗିରି,୫/୧(ମିଏସ): ଆଜି ଅପରାହ୍ନ ୩ଟା ସମୟରେ ଏସିଏଫ ତଥା କୁଳଡ଼ିହା ରେଞ୍ଜର ସୁବ୍ରତ ବେହେରା ନୀଳଗିରି ଉପଖଣ୍ଡ ଔପଦା ୨ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଉଷାରାଣୀ ରାଉଳ ହାତୀ ଆକ୍ରମଣରେ ମୃତ ବୈରାଗୀ ଦେହୁରୀଙ୍କ ଘରେ ପହଞ୍ଚି ତାଙ୍କ ସ୍ତ୍ରୀ ସୁକାନ୍ତି ଦେହୁରୀଙ୍କୁ ୧୦ଲକ୍ଷ ଟଙ୍କା କ୍ଷତି ପୁରଣ ଦେଇଛନ୍ତି । ଔପଦା ବ୍ଲକ ଅଧିନସ୍ଥ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଶ୍ରୀଦେଇ ପୁର (କାଇଁଷି ପାଳସାହି ) ଗ୍ରାମର ବୈରାଗୀ ଦେହୁରୀ ଏବଂ ୫ଜଣ ଗ୍ରାମବାସୀ ଗତ ୩ ତାରିଖ ସକାଳେ କୁଳଡିହା ଅଭୟାରଣ୍ୟ ର ଖମୁକୁଟ ସ୍ଥିତ ଭୁଟୁବୁଟି ଚୁଆ ଘନ ଜଙ୍ଗଲରେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ I ଦୁର୍ଭାଗ୍ୟ ବଶତଃ ଘନ କୁହୁଡି ଯୋଗୁଁ ବୈରାଗୀ ଫେରୁ ଥିବା ବେଳେ ହାତୀଟି ପଞ୍ଚଲିଙ୍ଗେଶ୍ବର ବିଟ ହାଉସ ଅନ୍ତର୍ଗତ ଖୁମକୁଟ ବନ୍ଧ ଠାରୁ ୩ଶହ ମିଟର ଦୂର ଜଙ୍ଗଲରେ ବୈରାଗୀ ଓ ଦନ୍ତାହାତୀ ମୁହାଁ ମୁହିଁ ହୋଇଥିଲେ । ହାତୀଟି ବୈରାଗୀକୁ ଉକ୍ତ ଜାଗାରେ ଦଳି ଚକଟି ମାରିଦେଇଥିଲା | ଉପସ୍ଥିତ ସାଥୀ ଘଞ୍ଚ ଜଙ୍ଗଲ ଭିତରୁ ପାଟି କରିବାରୁ ଦନ୍ତାଟି ଜଙ୍ଗଲ ମଧ୍ୟକୁ ପଳାଇ ଥିଲା | ପରେ ସାଥୀ ମାନେ ବୈରାଗୀକୁ ୧୦୮ ଯୋଗେ ନୀଳଗିରି ମେଡିକାଲ କୁ ଆଣିଥିଲେ ସୁଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲୋ

Post a Comment

Previous Post Next Post
Header ADS