ଯୁବ ପରିବେଶବିତ୍ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଜାତୀୟ ପକ୍ଷୀ ଦିବସ ପାଳନ
ନୀଳଗିରି,୫/୧(ଓଡ଼ିଶା ଆଦର୍ଶ):ଜାତୀୟ ପକ୍ଷୀ ଦିବସ ପାଳନ ଅବସରରେ କୁଳଡ଼ିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ଔପଦା ବ୍ଲକ୍ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଖୁମକୁଟ ଗ୍ରାମରେ ପକ୍ଷୀଙ୍କ ସୁରକ୍ଷା ପାଇଁ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯୁବ ପରିବେଶବିତ୍ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପକ୍ଷୀଙ୍କ ଶିକାର ରୋକିବାକୁ ଅଞ୍ଚଳବାସୀ ଶପଥ ପାଠ କରିଥିବା ଦେଖିବାକୁ ମିଳିଛି । ଏହି ଦିବସରେ ପକ୍ଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ବିପଦ ଯଥା ବେଆଇନ କାରବାର, ପକ୍ଷୀ ବାଣିଜ୍ୟ, ବିଶ୍ଵ ତାପନ ବୃଦ୍ଧି, ଜଙ୍ଗଲ ନଷ୍ଟ ହେବା, ପକ୍ଷୀଙ୍କ ରୋଗ ଏବଂ ଜଳବାୟୁ ପରିବର୍ତ୍ତନର ବିପରୀତ ପ୍ରଭାବ ବିଷୟରେ କମଳଲୋଚନ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମରେ ଅଶେଷ ଦାସ, ଅନିଶ ଦାସ, ଲଳିତ ପ୍ରଧାନ, ଜୀବନଜ୍ୟୋତି ଦାସ, ବାସୁଦେବ ଦାସ, ଅନୁଦିତ ଗିରି ପ୍ରମୁଖ ସହଯୋଗ କରିଥିଲେ । ପାଠ୍ୟକ୍ରମରେ ପକ୍ଷୀଙ୍କ ସଂରକ୍ଷଣ ବିଷୟ ସ୍ଥାନିତ ହେଲେ ପକ୍ଷୀଙ୍କ ଦମନକୁ ମଧ୍ୟ ରୋକାଯାଇ ପାରିବ ବୋଲି ସାଧାରଣରେ ଦାବି ହେଉଛି ।



Post a Comment