ନୀଳଗିରିବାସୀଙ୍କ ସ୍ଵର୍ଗଦ୍ଵାରରେ ଶବସତ୍କାର ପାଇଁ ନିଃଶୁଳ୍କ ସେବା ଯୋଗାଇବ ହୋଟେଲ ସୂର୍ଯ୍ୟପଦ୍ମା।
ନୀଳଗିରି,୧୮/୧(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲାର ବିଶେଷକରି ନୀଳଗିରିବାସୀଙ୍କ ଆତ୍ମୀୟ ସ୍ୱଜନଙ୍କ ମୃତ୍ୟୁହେଲେ ପୁରୀ ସ୍ବର୍ଗଦ୍ଵାରରେ ଶବସତ୍କାର କରିବାକୁ ଯାଇଥିବାଲୋକଙ୍କୁ ନିଃଶୁଳ୍କ ରହିବା, ସ୍ନାନ, ଶୌଚର ବ୍ୟବସ୍ଥା କରିଛି ହୋଟେଲ ସୂର୍ଯ୍ୟପଦ୍ମା। ନୀଳଗିରି ଜଡିଦାପଞ୍ଚାୟତ ଯୋକନୁଣ୍ଡା ଗ୍ରାମର ଉଚ୍ଚାକାଙ୍କ୍ଷୀ ଯୁବସମାଜସେବୀ ସଞ୍ଜୟ କୁମାର ଭୋଳଙ୍କ ପ୍ରଚେଷ୍ଟାରେ ପୁଣ୍ୟ ଜଗନ୍ନାଥଧାମ ପୁରୀ ସମୁଦ୍ରତଟ ଲାଇଟହାଉସ୍ ନିକଟରେ ହୋଟେଲ ସୂର୍ଯ୍ୟପଦ୍ମା ନାମରେ ଏକ ଅତ୍ୟାଧୁନିକ ହୋଟେଲ ନିର୍ମାଣକରି ତୀର୍ଥଯାତ୍ରୀଙ୍କୁ ସେବା ଯୋଗାଇଦେଉଥିବା ବେଳେ ନୀଳଗିରି ଅଞ୍ଚଳର ଲୋକଙ୍କପାଇଁ କିଛି କରିବାର ସ୍ବପ୍ନ ତାଙ୍କ ମନକୁ ଆନ୍ଦୋଳିତ କରୁଥିଲା। ଶେଷରେ ସେ ଆର୍ଥିକ ସାହାଯ୍ୟ କରିନପାରିଥିଲେ ହେଁ ନୀଳଗିରିବାସୀଙ୍କ ପରିବାରରେ କେହି ମୃତ୍ୟୁବରଣ କରି ପୁରୀ ସ୍ବର୍ଗଦ୍ଵାରରେ ଶବସତ୍କାର କରିବାକୁ ଚାହୁଁଥିଲେ ପରିବାର ସହିତ ଆତ୍ମୀୟସ୍ୱଜନଙ୍କ ସ୍ନାନ, ଶୌଚ ଏବଂ ରହିବାରେ ଯେପରି ଅସୁବିଧାରେ ନପଡନ୍ତି ସେଥିପାଇଁ ହୋଟେଲର ସତ୍ୱାଧିକାରି ସଞ୍ଜୟ କୁମାର ଭୋଳ ନୀଳଗିରିବାସୀଙ୍କୁ ଏହି ସୁବିଧା ଯୋଗାଇଦେବାକୁ ଅନୁଗ୍ରହ କରିଛନ୍ତି। ତେବେ ସୁଦୂର ଜଗନ୍ନାଥଧାମରେ ଅଞ୍ଚଳବାସୀଙ୍କ ପାଇଁ ଏଭଳି ମହତ ଉଦ୍ଦେଶ୍ୟରଖି ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଥିବା ସଞ୍ଜୟଙ୍କ ପାଇଁ ନୀଳଗିରିବାସୀଙ୍କ ତରଫରୁ ସାଧୁବାଦ ଜଣାଯାଇଛି।



Post a Comment