ନରଣପୁର ଗେନ୍ଦ୍ରାସାହିରେ ଫୁଟବଲ ଟୁର୍ନାମେଣ୍ଟ ଡଦଯାପିତ।
ନୀଳଗିରି,୧୮/୧(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ନରଣପୁର ପଞ୍ଚାୟତ ଅଧୀନସ୍ଥ ଗେଂଦ୍ରାସାହି ଗ୍ରାମରେ ଦୁଇ ଦିନ ଧରି ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଏବଂ ମୁଖ୍ୟ ବକ୍ତା ଭାବେ ନୀଳଗିରି ବ୍ଲକ ଅଧ୍ୟକ୍ଷା ଶୁଭଲକ୍ଷ୍ମୀ ମାଝୀ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ମଦନ ମୋହନ ମାଝୀ, ନାଏବ ସରପଞ୍ଚ ସୁରେନ୍ଦ୍ର ସିଂ, ସଦାଶିବ ମାଝୀ, ଫାତୁରାମ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଚନ୍ଦ୍ରବିନ୍ଦୁ ଦାସ ଖେଳ ଏବଂ ଜୀବନର ସାମଞ୍ଜସ୍ୟକୁ ଉପସ୍ଥାପନ କରିବା ସହିତ ଆୟୋଜକ ବୃନ୍ଦକୁ ଏହି ଭଳି ସୁନ୍ଦର ଖେଳ ପାଇଁ ପ୍ରଶଂସା କରିଥିଲେ। ଆଜିର ଫାଇନାଲ ମ୍ୟାଚରେ ନୀଳଗିରିର ରିଟନ ସାର୍ତ୍ତମାଣ ଟିମ ବାଲିଆପାଳ ଫୁଟବଲ କ୍ଲବକୁ ହରାଇ ଚାମ୍ପିୟନ ହୋଇଅଛି।



Post a Comment