୭୭ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ନୀଳଗିରି,୧୩/୧(ଓଡ଼ିଶା ଆଦର୍ଶ): ଅଦ୍ୟ ଦିବା ୧୨ଘଟିକା ସମୟରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନୀଳଗିରି ଉପଜିଲ୍ଲାପାଳ ତଥା ଅଧକ୍ଷ ଜାତୀୟ ଦିବସ ପାଳନ କମିଟି ଶ୍ରୀମତୀ ଶୁଭଶ୍ରୀ ରଥ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ଵାଳ ଗୃହରେ ଉପସ୍ଥିତ ପାଳନ କମିଟିର ସଦସ୍ୟ ସଦସ୍ୟା ଙ୍କୁ ଇଂରାଜୀ ନବ ବର୍ଷ ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଜାତୀୟ ଦିବସ ପାଳନ ସଂପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପରେ ପରେ ଉପଜିଲ୍ଲାପାଳ ତଥା ଅଧକ୍ଷ ଶ୍ରୀମତୀ ରଥ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ବିଗତ ବର୍ଷର ବିବରଣୀ ଅନୁଯାୟୀ ଆଲେଚନା , ପରାମର୍ଶ ଏବଂ ମତାମତ କାମନା କରିଥିଲେ। ଚଳିତ ବର୍ଷ ମଧ୍ୟ ପ୍ରତି ବର୍ଷ ଭଳି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପ୍ରତ୍ୟୁଷ ଘ. ୪ଟୀକା ସମୟରେ ସହରାଞ୍ଚଳରେ ରାମ ଧୂନ୍ ପ୍ରଚାର କରାଯିବା ଏହି ଜାତୀୟ ଦିବସ ପାଳନ ପରିପ୍ରେକ୍ଷୀରେ ନୀଳଗିରି ଏନ୍. ଏ. ସି. ଅନ୍ତର୍ଗତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପ୍ରଭାତ ଫେରି ସକାଳ ଘ. ୬ଟୀକା ରୁ ୭ଘଟିକା ମଧ୍ୟରେ କରାଯିବା ପାଇଁ ସ୍ଥିର କରାଯାଇଛି ଏବଂ ଘ.୭.୩୦ଟୀକା ମଧ୍ୟରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ,ବାସଗୃହ ମାନଙ୍କରେ ପତାକାଉତ୍ତୋଳନ ନିମନ୍ତେ ସ୍ଥିର ହେଲା।ଏହି ଜାତୀୟ ଦିବସ ପାଳନ ର ମୁଖ୍ୟ ଅତିଥି ଭାବେ ସମ୍ମାନନୀୟ ସ୍ଥାନୀୟ ଉପଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଜାତୀୟ ପତାକାକୁ ଘ. ୮.୩୦ମି଼ ରେ ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦବୋଧନ ଦେବେ।ଏହି ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ସିଭିଲିଆନ୍ ଓ ନନ ସିଭିଲିଆନ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସ୍ଥିର କରାଯାଇଛି। ଏଥି ସହିତ ୪ଗୋଟି ସ୍ତରରେ ଦେଶାତ୍ମ ବୋଧକ ସଙ୍ଗୀତ,ତର୍କ, ବକ୍ତୃତା,କୁଇଜ୍ ଆଦି ପ୍ରତିଯୋଗୀତା କରାଯାଇ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ଜାତୀୟ ଦିବସ ପାଳନ ନିମନ୍ତେ ଆହୂତ ବୈଠକରେ ନୀଳଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ଏନ୍. ଏ. ସି. କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା ନୀଳଗିରି ସହରର ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ, ଆଇନ ଜୀବୀ,ବୁଦ୍ଧିଜୀବି,ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା,ପଦାଧିକାରୀ ସମେତ ଗଣ ମାଧ୍ୟମର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ।ଶେଷରେ ଉପଜିଲ୍ଲାପାଳ ତଥା ଅଧକ୍ଷ ଶ୍ରୀମତୀ ରଥଦିବସଟିକୁ ସଫଳ କରିବା ନିମନ୍ତେ ଉପସ୍ଥିତ ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସହଯୋଗ କାମନା କରିଥିଲେ ଏବଂ ଉପାଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।



Post a Comment