Header ADS

ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

 ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ 



ନୀଳଗିରି,୧୨/୧(ଓଡ଼ିଶା ଆଦର୍ଶ): ଆଜି ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବକରଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ମୋଟ ୬୧ ଜଣ ଅଭିଯୋଗକାରି ନିଜ ନିଜର ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରିଥିଲେ।ଏହି ଅଭିଯୋଗ ମଧରେ ବ୍ୟକ୍ତି ଗତ ଭାବେ ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ସ୍ବାସ୍ଥ୍ୟ ଚିକିତ୍ସା ସହାୟତା ଏବଂ ସାମୂହିକ ଭାବେ ରାସ୍ତା ଘାଟ ପାନୀୟ ଜଳ ବିଦ୍ୟୁତ୍ ବିଲ ସମସ୍ୟା,ଉଦ୍ୟାନ କୃଷି,ଜଙ୍ଗଲ ଜମି ପଟ୍ଟା,ହାତୀ ଦ୍ଵାରା ଫସଲ କ୍ଷତି ଗ୍ରସ୍ଥ , ଆଇନ୍ ଶୃଙ୍ଖଳା ସମ୍ପର୍କିତ ଥିଲା।ଏହି ମିଳିତ ଜନଶୁଣାଣୀ ଶିବିରରେ ୧୦ ଗୋଟି ଅଭିଯୋଗର ତତ୍ କାଳ ସମାଧାନ କରିବା ସଙ୍ଗେ ସଙ୍ଗେ ୩ ଜଣ ହିତାଧିକାରୀଙ୍କୁ ମୂଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଥିଲା।

ଏହି ଜନ ଶୁଣାଣୀ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ,ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ରାଉତ, ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ଶ୍ରୀଯୁକ୍ତ ପ୍ରଭାତ କୁମାର ବେହେରା, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଡ. ମଧୁସ୍ମିତା ସାମନ୍ତରାୟ, ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ବି. ଡି.ଓ. ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ାଙ୍କ ସମେତ ଜିଲ୍ଲା ଏବଂ ଉପଖଣ୍ଡ ସ୍ତରୀୟ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ।


Post a Comment

Previous Post Next Post
Header ADS