Header ADS

ନୀଳଗିରି କ୍ରିକେଟ ଲିଗ୍ ସିଜିନ-୫ : ଦ୍ଵିତୀୟ ସେମିଫାଇନାଲ, ମହାବୀର ୟୁନାଇଟେଡ ବିଜୟୀ।

 ନୀଳଗିରି କ୍ରିକେଟ ଲିଗ୍ ସିଜିନ-୫ : ଦ୍ଵିତୀୟ ସେମିଫାଇନାଲ, ମହାବୀର ୟୁନାଇଟେଡ ବିଜୟୀ।



ନୀଳଗିରି,୨୭/୧୨(ଓଡ଼ିଶା ଆଦର୍ଶ):ନୀଳଗିରି କ୍ରିକେଟ ଲିଗ୍ ସିଜିନ -୫ର ଦ୍ଵିତୀୟ ସେମିଫାଇନାଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ କୈଳାସ ଚନ୍ଦ୍ର ହାଇସ୍କୁଲ ପଡିଆରେ ମହାବୀର ୟୁନାଇଟେଡ ଏବଂ ବାବା ସର୍ବେଶ୍ଵର ଫାଇଟର ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏକ ରୋମାଞ୍ଚକର ମ୍ୟାଚରେ ୧୩୦ରନର ପିଛାକରି ମହାବୀର ୟୁନାଇଟେଡ ୧୧ଓଭରରେ ୬ଟି ୱିକେଟ ହରାଇ ବିଜୟଲକ୍ଷ୍ୟ ପାରିକରି ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ପ୍ରଥମେ ବାବା ସର୍ବେଶ୍ଵର ଫାଇଟର ନିର୍ଦ୍ଧାରିତ ୧୨ଓଭରରେ ୧୩୦ରନ୍ ର ବିଶାଳ ସ୍କୋରକରି ପ୍ରତିପକ୍ଷ ଦଳକୁ ଟାର୍ଗେଟ ଦେଇଥିବା ବେଳେ ମହାବୀର ୟୁନାଇଟେଡ ସହଜରେ ଏହିଲକ୍ଷ୍ୟକୁ ହାସଲ କରିନେଇଥିଲେ। ମହାବୀର ଦଳର ମୀର ହୁସେନ୍ ୨୦ରନ୍ ଦେଇ ୩ଗୋଟି ମୂଲ୍ୟବାନ ୱିକେଟ ନେଇଥିବା ବେଳେ ୨୩ବଲ୍ ରୁ ୪୭ରନ୍ ସଂଗ୍ରହକରି ନଟଆଉଟ୍ ରହି ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଦେବାଶିଷ ବେହେରା ଏବଂ ଜଗନ୍ନାଥ ଦାସ ଆଜିର ମ୍ୟାଚ୍ ପରିଚାଳନା କରିଥିଲେ। ଶେଷରେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ଖେଳାଳୀ ଏବଂ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ।

Post a Comment

أحدث أقدم
Header ADS