ନୀଳଗିରି କ୍ରିକେଟ ଲିଗ୍ ସିଜିନ୍-୫:
ହରପ୍ରିୟା ଚ୍ୟାଲେଞ୍ଜର ଚମ୍ପିୟାନ।
ନୀଳଗିରି,୨୯/୧୨(ଓଡିଶା ଆଦର୍ଶ):ନୀଳଗିରି କ୍ରିକେଟ ଲିଗ୍ ସିଜିନ୍ -୫ ର ଚଳିତବର୍ଷର ଅନ୍ତିମ ତଥା ଫାଇନାଲ ମ୍ୟାଚ୍ ରବିବାର କେ.ସି ହାଇସ୍କୁଲ କ୍ରିକେଟ ଗ୍ରାଉଣ୍ଡରେ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚକୁ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ଉଦଘାଟନ କରିଥିବା ବେଳେ ଅମ୍ପାୟର ଜଗବନ୍ଧୁ ଦାସ ଏବଂ କାଳନ୍ଦ୍ରି ଚରଣ ବେହେରାଙ୍କ ଦକ୍ଷ ପରିଚାଳନାରେ ଚଳିତବର୍ଷର ଫାଇନାଲିଷ୍ଟ ମହାବୀର ୟୁନାଇଟେଡ ଏବଂ ହରପ୍ରିୟା ଚ୍ୟାଲେଞ୍ଜର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ହରପ୍ରିୟା ଚ୍ୟାଲେଞ୍ଜର ପ୍ରଥମେ ଟସଜିତି ପ୍ରଥମେ ଫିଲ୍ଡିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା। ମହାବୀର ୟୁନାଇଟେଡ ବ୍ୟାଟିଂକରି ନିର୍ଦ୍ଧାରିତ ୧୨ଓଭରରେ ୪୪ରନ୍ ସଂଗ୍ରହ କରିଥିବା ବେଳେ ହରପ୍ରିୟା ଚ୍ୟାଲେଞ୍ଜର ମାତ୍ର ୪.୨ଓଭରରେ ଆବଶ୍ୟକ ରନ୍ ସଂଗ୍ରହକରି ଚଳିତବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିନେଇଛି। ବିକାଶ ବିଶ୍ୱାଳ ଆଜିର ମ୍ୟାଚରେ ସର୍ବୋତ୍କୃଷ୍ଟ ଖେଳ ପ୍ରଦର୍ଶନକରି ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିବା ବେଳେ ମହାବୀର ୟୁନାଇଟେଡର ମୀର୍ ହାସିମ୍ ଖାନ ମ୍ୟାନ ଅଫ୍ ଦି ସିରିଜ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଅନ୍ତିମ ତଥା ପୁରସ୍କାରବିତରଣୀ ଉତ୍ସବରେ ସ୍ଥାନୀୟ ବିଧାୟକ ସନ୍ତୋଷ କୁମାର ଖଟୁଆଙ୍କ ସହିତ ନୀଳଗିରି ଏନ୍ ଏ ସି ଚେୟାରମେନ ମହିନ୍ଦ୍ରନାଥ ବେହେରା, ସମାଜସେବୀ ଶିଶିର ରାଉତ, ଭାସ୍କର ବିଶ୍ୱାଳ, ଶରତ ଚନ୍ଦ୍ର ପୋଇ ପ୍ରମୁଖ ବିଶିଷ୍ଟଅତିଥି ମାନେ ଯୋଗଦେଇ ବିଜେତା ତଥା ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଚମ୍ପିୟାନ ହରପ୍ରିୟା ଦଳକୁ ଟ୍ରଫି ସହିତ ୧ଲକ୍ଷ ୧୧ହଜାର ୧ଶହ ୧ଟଙ୍କା ପୁରସ୍କାରରାଶି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ଦଳ ମହାବୀର ୟୁନାଇଟେଡକୁ ଟ୍ରଫି ସହିତ ୭୭ହଜାର ୭ଶହ ୭୭ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ଦୀର୍ଘ ୧୨ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏନସିଏଲ -୫ର ସଭାପତି ସୁମନ ଦାସଙ୍କ ନେତୃତ୍ୱରେ ସଫଳତାର ସହ ଆୟୋଜିତ ହୋଇଥିଲା ବେଳେ ବିବେକ ସାହୁ, ସନ୍ତୋଷ ସାହୁ, ଗୟାଧର ବେହେରା, ଅଶ୍ଵନି ପାତ୍ର, ଜୀତେନ୍ଦ୍ର ରାଉତ, ସୁଧାରଞ୍ଜନ ମହାପାତ୍ର ଆଦର୍ଶ ଦାସ ପ୍ରମୁଖ ବହୁ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ।



إرسال تعليق