Header ADS

କୋରାପୁଟରେ ବିଜୁଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

 କୋରାପୁଟରେ ବିଜୁଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ପାଳିତ 



କୋରାପୁଟ,୨୬/୧୨(ଦେବାଶ୍ରିତ ପଟନାୟକ):କୋରାପୁଟ ଜିଲ୍ଲା ବିଜେଡି ପାଳିଲା ବିଜୁଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ।ଶୁକ୍ରବାର କୋରାପୁଟ ଜିଲ୍ଲା ବିଜେଡି ତରଫରୁ ବିଜୁ ଜନତା ଦଳ ର ୨୯ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି l ସ୍ଥାନୀୟ ବିଜୁ ପାର୍କ ଠାରେ ଥିବା ସ୍ୱର୍ଗତ ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି ରେ ଜିଲ୍ଲା ବିଜେଡି ସଭାପତି ଝିନ ହିକ୍କାକା ଙ୍କ ଦ୍ୱାରା ପ୍ରଥମେ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ କୋରାପୁଟ ର ପୂର୍ବତନ ବିଧାୟକ ରଘୁରାମ ପୋଡାଲ ପୁଷ୍ପ ଅର୍ପଣ କରିଥିଲେ l ପରେ ପରେ ଜିଲ୍ଲା ବିଜେଡି ସଭାନେତ୍ରୀ ପାର୍ବତ୍ତି ମସ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା ନଗର ସଭାନେତ୍ରୀ ଦେବଶ୍ରୀ ତ୍ରିନାଥ ପାତ୍ର ଗୁପ୍ତ ପ୍ରସାଦ ବିଡ଼ିକା ଦାଶ ଉତ୍କଳ ରଞ୍ଜନ ନାୟକ ଲଲାଟ ରଞ୍ଜନ ସେଠୀ ସମେତ ଦଳୀୟ କର୍ମୀ କାଉନ ସିଲର ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଟାଉନ ହଲ ଠାରେ ଏକ ସାର୍ବଜନୀନ ଦଳୀୟସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଜୁ ଙ୍କ ସ୍ମୃତି ଚାରଣକରିବା ସହ ଦଳକୁ ଆଗକୁ ନେବାକୁ ସମସ୍ତେ ପ୍ରତିଶୃତି ବଦ୍ଧହୋଇଥିଲେ l କାର୍ଯ୍ୟକ୍ରମରେ ସମସ୍ତ ବିଜୁ ଜନତା ଦଳର ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS