Header ADS

ଫିଆଟ ଲକ୍ସ କ୍ଲବ୍ ଓ ଏଫ.ମ. ଆଲୁମିନି ତରଫରୁ ସ୍ବାସ୍ଥ୍ୟ ଶିବିର।

 ଫିଆଟ ଲକ୍ସ କ୍ଲବ୍ ଓ ଏଫ.ମ. ଆଲୁମିନି ତରଫରୁ ସ୍ବାସ୍ଥ୍ୟ ଶିବିର।



ନୀଳଗିରି,୮/୧୧(ଓଡ଼ିଶା ଆଦର୍ଶ):ଫିଆଟ ଲକ୍ସ କ୍ଲବ ନୀଳଗିରି ଓ ଏଫ୍ .ମ. ଆଲୁମିନି ମିଳିତ ଆନୁକୁଲ୍ୟରେ ନୀଳଗିରିର "ବରିସାହି" କଲ୍ୟାଣ ମଣ୍ଡପରେ ଏକ ନିଶୁଳ୍କ ମେଗା ସ୍ବାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବାସ୍ଥ୍ୟମେଳାରେ ଆଲୁମିନି ସଭାପତି ଡ଼ା.ପ୍ରଭାତ ଚୌଧୁରୀ ପୌରୋହିତ୍ୟ ରେ ଫିଆଟ ଲକ୍ସ ର ସଭାପତି ଶ୍ରୀଯୁକ୍ତ ସୁରଞ୍ଜନ ମହାପାତ୍ର, ସେକ୍ରେଟାରୀ ବିଜୟ ନାୟକ, ଡା.କିଶୋର କୁମାର ବେହେରା, ଡ଼ା.ବୁଦ୍ଧେସଶ୍ଵର ମାଝୀ, ଡ଼ା.ପ୍ରମୋଦ ଟୁଡୁ, ଡ଼ା ତାରାକାନ୍ତ ନନ୍ଦ, ପୂର୍ବତନ ନୀଳଗିରି ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ପ୍ରମୁଖ ନିଜ ନିଜ ବକ୍ତବ୍ୟ ରଖିଥିଲେ। ପାଥୋଲୋଜି ଟେକ୍ନିସିଆନ ଯଥା ଶୁଭମ୍ ଖଣ୍ଡେଇ,ଚିରଞ୍ଜିବୀ ଦାସ, ସତିଶ ଜେନା, ରାମ କୃଷ୍ଣ ଦାସ, ଆଶ୍ୱିନ ଦାସ, ଶିବ ଦାସ, ବିଶ୍ୱଜିତ୍ ଦାସ ମହାପାତ୍ର, କିଶୋର ଦାସ, ରଞ୍ଜୁ ବୋଷ ପ୍ରଭୃତି ଙ୍କ ଦ୍ଵାରା ଇସିଜି, ମଧୁମେହ, ଲିପିଡ ପ୍ରୋଫାଇଲ୍, ହେମୋଗ୍ଲୋବିନ, ଭିଟାମିନ ଡି, ବି. ଏମ୍.ଡି ପ୍ରଭୃତି ଟେଷ୍ଟ କରାଯାଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ରିପୋର୍ଟ ଦେଖି ଏମ୍ସ ର ଡ଼ା. କିଶୋର କୁମାର ବେହେରା, ସମ ହସ୍ପିଟାଲ ର ଡ଼ା. ବୁଧେଶ୍ୱର୍ ମାଝୀ, ଡ଼ା. ପ୍ରମୋଦ ଟୁଡୁ ଆଲୁମିନି ସଭାପତି ଡ଼ା.ପ୍ରଭାତ ଚୌଧୁରୀ ଓ ଡ଼ା. ତାରାକାନ୍ତ ନନ୍ଦ ପ୍ରମୁଖ ରୋଗୀ ମାନଙ୍କୁ ଔଷଧ ଲେଖି ନିୟମ ଅନୁସାରେ ଖାଇବାକୁ ପରାମର୍ଶ ଦେଇଥିଲେ। ଉଭୟ ଫିଆଟ ଲକ୍ସ ଓ ଆଲୁମିନି ର ସଭ୍ୟସଭ୍ୟା ଯଥାକ୍ରମେ ସୁରଞ୍ଜନ୍ ମହାପାତ୍ର, ବିଜୟ ବିଶ୍ବାଳ, ଦୀପ୍ତିକାନ୍ତ ପୃଷ୍ଟି, ସଞ୍ଜୀବ ମହାପାତ୍ର,ମନୋଜ ମହାନ୍ତି, ବିବେକ ସାହୁ,ଜିତେନ୍ଦ୍ର ରାଉତ, ମଧୁ ସୁଦନ ବେହେରା, ବିଷ୍ଣୁ ମହାନ୍ତି, ଲକ୍ଷ୍ମୀ ନାରାୟଣ ଘୋଷ, ରମାକାନ୍ତ ମହାନ୍ତି, ଅନସୂୟା ନାୟକ, ଅନିଲ ପଟ୍ଟନାୟକ, ଦେବାଶିଷ ପାଣି, ଶ୍ୟାମ ସୁନ୍ଦର ଜେନା, ପୀତାମ୍ବର ଦାସ, ରାମ ଚନ୍ଦ୍ର ସେଠୀ, ପ୍ରମୁଖ ସ୍ବାସ୍ଥ୍ୟ ଶିବିର କୁ ପରିଚାଳନା କରିଥିଲେ। ସଭା ଶେଷରେ ଅମୃତାଂଶୁ ପଟ୍ଟନାୟକ ଓ ବିଜୟ ବିଶ୍ବାଳ ଧନ୍ୟବାଦ୍ ଦେଇଥିଲେ। ଉକ୍ତ ସ୍ବାସ୍ଥ୍ୟମେଳାରେ ୨୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କ ର ରିପୋର୍ଟ ପ୍ରଦାନ କରି ନିଶୁଳ୍କ ସେବା ଯୋଗାଇ ଦିଆଯାଇଥିଲା।

Post a Comment

Previous Post Next Post
Header ADS