Header ADS

ନୀଳଗିରି ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା।

 ନୀଳଗିରି ବିଜେଡିର ବିଶାଳ ଜନସଂପର୍କ ପଦଯାତ୍ରା।



ନୀଳଗିରି,୮/୧୧(ଓଡ଼ିଶା ଆଦର୍ଶ):ରାଜ୍ୟବାସୀଙ୍କୁ ମିଥ୍ୟା ପ୍ରତିଶୃତି ଏବଂ ଭୋଟଚୋରୀ କରି ଶାସନକ୍ଷମତାକୁ ଆସିଥିବା ବିଜେପି ସରକାର ଇତିମଧ୍ୟରେ ୧୭ମାସ ଶାସନ କରିଥିଲେ ହେଁ ଲୋକଙ୍କୁ ଦେଇଥିବା କୌଣସି ପ୍ରତିଶ୍ରୁତି ପାଳନ କରିନାହାନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ନାରୀ ନିର୍ଯାତନା, ଏସଆଇ ପରୀକ୍ଷାରେ ମହାଦୁର୍ନୀତି, ନରହତ୍ୟା ଭଳି ଜଘନ୍ୟ ଅପରାଧ ବୃଦ୍ଧିପାଇଛି। ଏପରିକି ପୋଲିସର ନିଷ୍କ୍ରିୟତା ବର୍ତ୍ତମାନର ସରକାରଙ୍କ ଠାରୁ ଆସ୍ଥା ହରେଇ ଦେଇଛି। ଏଭଳି ସଙ୍ଗୀନଆରୋପ ଆଣିଛି ବିଜୁ ଜନତାଦଳ। ଗତ ଅକ୍ଟୋବର ୯ତାରିଖ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଠାରୁ ନଭେମ୍ବର ୯ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ଓ ବ୍ଲକରେ ଚାଲିଥିବା ବିଜେଡିର ଜନସଂପର୍କ ପଦଯାତ୍ରା ଅବସରରେ ଆଜି ନୀଳଗିରି ଠାରେ ଆୟୋଜିତ ପଦଯାତ୍ରାରେ ରାଜ୍ୟ ସରକାରଙ୍କ ଟାର୍ଗେଟ କରିଛି ବିଜେଡ଼ି। ପ୍ରାୟ ୩ହଜାର ବିଜେଡ଼ିନେତା ଓ କର୍ମକର୍ତ୍ତା ନୀଳଗିରି ଜଗନ୍ନାଥ ମନ୍ଦିରଠାରୁ ବାହାରି ବାଇପାସ୍ ଛକପର୍ଯ୍ୟନ୍ତ ଆସି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ କେ. ସି ହାଇସ୍କୁଲ ପଡ଼ିଆରେ ଆୟୋଜିତ ସଭାରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପଦଯାତ୍ରା ସମାବେଶରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ସଭାପତି ତଥା ପୂର୍ବତନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହି, ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡା, ବ୍ଲକ୍ ଅଧ୍ୟକ୍ଷା ଶୁଭଲକ୍ଷ୍ମି ମାଝୀ,ନୀଳଗିରି ଏନଏସିର ପୂର୍ବତନ ଚେୟାରମେନ ରଧାଗୋବିନ୍ଦ ଖଟୁଆ, ଭାଗବତ ଖିଲାର, ବିଜେଡ଼ି ବରିଷ୍ଠନେତା ଗଙ୍ଗାଧର ମିଶ୍ର, ନଗରସଭାପତି ରବୀନ୍ଦ୍ର କୁମାର ପରିଡା ମଞ୍ଚାସିନ ରହି ରାଜ୍ୟସରକାରଙ୍କୁ ସମାଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ତାପସ ପରିଡା, ଆରବନ୍ଧ ସରପଞ୍ଚ କୁଳମଣୀ ନାୟକ, ଯୁବନେତା ରାଜୀବ ଦାସବାବୁ, ଉପେନ୍ଦ୍ର ଦାସ, ରାମକୃଷ୍ଣ ମହାପାତ୍ର, ଉପେନ୍ଦ୍ର ନାୟକ, ଉଦୟଜ୍ୟୋତି ମହାନ୍ତି, ପ୍ରଫୁଲ୍ଲ ପରିଡା,ରମେଶ ବାଗ, ରମେଶ ମହାନ୍ତିଙ୍କ ସମେତ ବିଜେଡ଼ି ସମର୍ଥିତ ସମସ୍ତ ସରପଞ୍ଚ, ସମିତିସଭ୍ୟ ଏବଂ ବହୁ ବିଜେଡ଼ି କର୍ମକର୍ତ୍ତା ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS