ଡିଭାଇନ ଟ୍ୟୁଟୋରିଆଲ୍ ରେ ବିଶ୍ୱଗୁରୁଦିବସ ପାଳିତ
ନୀଳଗିରି,୬/୧୦(ଓଡ଼ିଶା ଆଦର୍ଶ):ନୀଳଗିରି ସ୍ଥିତ ଡିଭାଇନ୍ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଡିଭାଇନ ଟ୍ୟୁଟୋରିଆଲ୍ ପ୍ରାଙ୍ଗଣରେ ବିଶ୍ୱଗୁରୁଦିବସ ଉପଲକ୍ଷେ ପୂଜ୍ୟପୂଜା ଓ ଆତ୍ମ ଚିନ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଯାହାର ନାମ:- " ଗୁରୁ କୃପାଳୁ ତବ ଶରଣମ୍ ,ବନ୍ଦେ ଅହମ ଶ୍ରୀଗୁରୁ ଚରଣମ୍" । ଉକ୍ତ ଉତ୍ସବ ପ୍ରଦୀପ ପ୍ରଜ୍ଜଳନ ଓ ବେଦ ମନ୍ତ୍ର ରୁ ଆରମ୍ଭ ହୋଇଥିଲା । ଯେଉଁଥିରେ ବହୁ ବିଶିଷ୍ଟ ଦକ୍ଷ ଅବସରପ୍ରାପ୍ତ ଗୁରୁଜୀ ଗୁରୁମା ତଥା କାର୍ଯ୍ୟରତ ଗୁରୁଜୀ ଉପସ୍ଥିତ ରହି ଏହି ଆଲୋଚନା ଚକ୍ରରେ ମହତ୍ଵ ମନ୍ତବ୍ୟ ଦେଇଥିଲେ । ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗୁରୁ ଓ ଶିଷ୍ୟ ମଧ୍ୟରେ ସମ୍ପର୍କ ସୁଦୃଢ କରିବା । ଏହି ବିଷୟରେ ଆଲୋଚନା କରାଯାଇଥିଲା । ଏଥିରେ ସ୍ବାଗତ ଅଭିଭାଷଣ ରଖିଥିଲେ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ଡିଭାଇନ ଶିକ୍ଷାଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାପାତ୍ର । ଏହି ସଭାରେ ସମ୍ମାନିତ ଅତିଥି ଭାବେ ଡ଼. କୁମାର ଚନ୍ଦ୍ର ମିଶ୍ର , ସ୍ବାମୀ ରୁଦ୍ର ବେଶାନ୍ଦ ଗିରି ,ସୁବାସିନି ଜୀ ,କାର୍ତ୍ତିକ ଚନ୍ଦ୍ର ସାହୁ, ସୁଶାନ୍ତ କୁମାର ମହାପାତ୍ର, କୌଶିକ କୁମାର ଦାସ ,ସୋମନାଥ ନାୟକ ,ଜୟନ୍ତ ପ୍ରଧାନ , ବାମନଚନ୍ଦ୍ର ମହାନ୍ତି ,ଡ଼.ପ୍ରଦୀପ୍ତ ମିଶ୍ର, ଡ଼.ସରତ କୁମାର ମିଶ୍ର,ଶ୍ରୀମତୀ ଜ୍ୟୋତିର୍ମୟୀ ନାୟକ,ଶ୍ରୀମତୀ ଜୟନ୍ତୀ ପ୍ରଧାନ,,ଅର୍ଚ୍ଚନା ପଣ୍ଡା,ଡ଼. ଅକ୍ଷୟ ପାଣିଗ୍ରାହୀ,ସରୋଜ କୁମାର ରାଉର,ଜୟନ୍ତ କୁମାର ଷଡଙ୍ଗୀ , ମନୋରଞ୍ଜନ ବେହେରା, ଶରତ କୁମାର ମହାପାତ୍ର , ପ୍ରଭାକର ମହାନ୍ତି,ଚିତ୍ତରଞ୍ଜନ ପତି , ବିକାଶ ଆଚାର୍ଯ୍ୟ , ବ୍ରହ୍ମାନନ୍ଦ ଦାସ, ଖଗେନ୍ଦ୍ର ବେହେରା , ନିତ୍ୟାନନ୍ଦ ବେହେରା , ଶ୍ରୀ ଉତ୍ତମ କୁମାର ବିଶ୍ଵାଳ । ତଥା ଏହି ପରିପ୍ରେକ୍ଷୀରେ ବରିଷ୍ଠ ଗୁରୁଜୀ ବୃନ୍ଦ ବହୁ ମୂଲ୍ୟବାନ ମତ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ନିଜର ମତାମତ ସହିତ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଆଜିର ସମାଜରେ ଗୁରୁ ଓ ଶିଷ୍ୟ ଙ୍କ ମଧ୍ୟରେ କିପରି ସମ୍ପର୍କ ସୁଦୃଢ଼ କରାଯାଇ ପାରିବ ଏଥିନିମନ୍ତେ ସମାଧାନର ସୂତ୍ର ମଧ୍ୟ ପ୍ରଦାନ କରିଛନ୍ତି । ଏହି ସଭାକାର୍ଯ୍ୟଟି ଗୁରୁଜୀ ଗୁରୁମା ଙ୍କ ପାଦ ଧୌତ ସହିତ ପ୍ରଦୀପ ପ୍ରଜ୍ଜଳନ ଓ ବେଦମନ୍ତ ଉଚ୍ଚାରଣ ସହ ଗୁରୁବନ୍ଦନା ଗାନ କରିବା ସହ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି ସଭାରେ ସମସ୍ତ ଉପସ୍ଥିତ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଅର୍ପଣ କରି ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଦିବସ ଉପଲକ୍ଷେ ସେହି ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଏବଂ ଯେମିତି ବୁଣିବ ସେମିତି ପାଇବ ନାଟକ ଉପସ୍ଥାପନା କରାଯାଇଥିଲା । ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ସଫଳତା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ସଭାଟିକୁ ଏତିକିରେ ସୀମିତ ନ ରଖି ଆଗକୁ ବ୍ୟାପକ କରିବା ପାଇଁ ପ୍ରସ୍ତାବ ରଖାଯାଇଅଛି । ଯେଉଁଥିରେ ଗୁରୁ, ଶିଷ୍ୟ ଭକ୍ତି ଓ ପ୍ରେମର ସଂକଳ୍ପ କରାଯାଇପାରିବ । ଏହି ସଭାକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଡିଭାଇନ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ଓ ଟ୍ରଷ୍ଟ ର ସଦସ୍ୟ ଓ ସଦସ୍ୟା ମାନେ ସହଯୋଗ କରିଥିଲେ । ପରିଶେଷ ରେ ଆଗାମୀ ଭବିଷ୍ୟତର ପନ୍ଥା ନିର୍ଣ୍ଣୟ କରି ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ରଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରିଥିଲେ।




Post a Comment