Header ADS

ଫୁଟବଲ୍ ଖେଳୁଖେଳୁ ଟଳିପଡ଼ିଲେ ଯୁବକ

 ଫୁଟବଲ୍ ଖେଳୁଖେଳୁ ଟଳିପଡ଼ିଲେ ଯୁବକ



ନୀଳଗିରି,୨୭/୧୦(ଓଡ଼ିଶା ଆଦର୍ଶ): କୁଲଡିହା ପାଦଦେଶର ଆଦିବାସୀ ଯୁବକ ଅନୀଲ । ଫୁଟବଲ୍ ଖେଳିବା ଥିଲା ତା'ର ନିଶା। ନୀଳଗିରି ଆଖପାଖ ଅଞ୍ଚଳର ଯେକୌଣସି ସ୍ଥାନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ହେଲେ ଜଣେ ଖେଳାଳି ଭାବରେ ହେଉ କିମ୍ବା ଦର୍ଶକ ଭାବରେ ହେଉ ସବୁଠି ତା'ର ଉପସ୍ଥିତି | ନୀଳଗିରି ବ୍ଲକ୍ କେ. ସି. ପୁର ପଞ୍ଚାୟତ ବେତକଟା ଅଞ୍ଚଳର ବାରାଖେଦା ଗ୍ରାମର ସୁରେନ୍ଦ୍ର ସୋରେନଙ୍କ ଏକମାତ୍ର ୩୨ବର୍ଷୀୟ ପୁଅ ଅନୀଲ। ନିଜଗ୍ରାମର ସାଥୀ ଖେଳାଳୀମାନଙ୍କ ସହିତ ଗତ ୧୨ତାରିଖ ରବିବାର ନିକଟସ୍ଥ ଛତ୍ରପୁର ଖେଳପଡିଆକୁ ଫୁଟବଲ ମ୍ୟାଚ୍ ଖେଳିବାକୁ ଯାଇଥିଲା ହେଲେ ସେଦିନ ଥିଲା ତା' ଜୀବନର ଶେଷ ସୂର୍ଯ୍ୟୋଦୟ ବୋଲି ସେ କିପରି ବା ଜାଣିଥାନ୍ତା । ପ୍ରତିଦ୍ବନ୍ଦୀ ଅସ୍ତରଖ୍ ଟିମ୍ ସହିତ ମ୍ୟାଚ୍ ଖେଳୁଥିବା ସମୟରେ ହଠାତ୍ ଅସ୍ତରଖୀ ଟିମ୍‌ର ଗୋଲକିପରଙ୍କ ଆଣ୍ଠୁ ହାରା ତଳିପେଟ ଓ ଛାତିରେ ଶକ୍ତଆଘାତ ଲାଗିବାରୁ ଘଟଣାସ୍ଥଳରେ ଅନୀଲ ଟଳି ପଡ଼ିଥିଲା । ନିଃଶ୍ବାସ ପ୍ରଶ୍ଵାସନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି

କରାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଫକୀରମୋହନ ମେଡିକାଲ କଲେଜ ନିଆଯାଇଥିଲା। ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ୧୫ତାରିଖରେ କଟକ ବଡ଼ମେଡ଼ିକାଲ ନିଆଯାଇ ଅପରେସନ କରାଯାଇ ଆଇସିୟୁରେ ରଖାଯାଇଥିଲା । ଚେତାଶୂନ୍ୟ ଅବସ୍ଥାରେ ଆଇସିୟୁରେ ଥିବାବେଳେ ଗତ ୧୬ ତାରିଖରେ ମୃତ୍ୟୁବରଣ କରିଥିଲେ । ପରେ ହସ୍ପିଟାଲ ପକ୍ଷରୁ ଶବବ୍ୟବଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଏହି ଉଦୀୟମାନ ଖେଳାଳୀ, ପରୋପକାରୀ, ମେଳାପି, ଯୁବସମାଜସେବୀଙ୍କୁ ଏକ ଶୋକାକୁଳ ପରିବେଶରେ ଅନ୍ତିମ ବିଦାୟ ଦିଆଯାଇଥିଲା । ତାଙ୍କର ଏଭଳି ଅପ୍ରତ୍ୟାଶିତ ମୃତ୍ୟୁରେ ପରିବାର, ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ଗଭୀର ଶୋକବ୍ୟକ୍ତ କରିବା ସହ ସମବେଦନା ଜଣାଇଛନ୍ତି । ପରିବାରରେ ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

Post a Comment

أحدث أقدم
Header ADS