Header ADS

ଭାଲୁ ଆକ୍ରମଣରେ ଜଣେ ଗୁରୁତର।

 ଭାଲୁ ଆକ୍ରମଣରେ ଜଣେ ଗୁରୁତର।



ନୀଳଗିରି,୨୬/୧୦(ଓଡ଼ିଶା ଆଦର୍ଶ):ବନାଞ୍ଚଳ ବାସିଙ୍କ ଦୁଖଃ କେତେବେଳେ ଭାଲୁ ତ କେତେବେଳେ ହାତୀ, ଏହି କ୍ରମରେ ରବିବାର ଦିନ ନୀଳଗିରି ଉପଖଣ୍ଡ କୁଳଡ଼ିହା ପାଦଦେଶ ଅଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସୂଚନା ବରହମପୁର ଥାନା ଅଧୀନ ତେଲିପାଳ ପଞ୍ଚାୟତ ହୁଡ଼ିସାହି ଗ୍ରାମର ବାପି ସିଂ ଦିନ ୧ ଘଟିକା ସମୟରେ କିଛି ଗାଁ ଲୋକଙ୍କ ସହ ଘର ପାଖ ଜଙ୍ଗଳକୁ ଛତୁ ତୁଳିବା ପାଇଁ ଯାଇଥିବା ସମୟରେ ଜଙ୍ଗଲ ମଝିରେ ଏକ ବୁଦାମୁଳରେ ଲୁଚିରହିଥିବା ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା ସେ କଷ୍ଟରେ ଚିତ୍କାର କରିବାରୁ ଗାଁ ଲୋକ ଦୌଡ଼ି ଆସି ଭାଲୁଟିକୁ ଗୋଡ଼ାଇ ଥିଲେ ଭାଲୁଟି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲା। ଭାଲୁର ଆକ୍ରମଣରେ ବାପି ସିଂ ର ଡାହାଣ ଗୋଡ଼ ଜଂଘରେ ଗଭୀର କ୍ଷତ ହୋଇଛି ବାପି ସିଂ କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ୧୦୮ ଯୋଗେ ଅଣାଯାଇଥିଲା ବେଳେ ଅବସ୍ଥା ଗୁରୁତର ହେବାରୁ ପରବର୍ତ୍ତୀ ସମୟରେ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Post a Comment

أحدث أقدم
Header ADS