Header ADS

ବିଶ୍ବ ଦେଖିଲା ମହାଜାଗତିକ ଦୃଶ୍ୟ: ଲାଲ ହୋଇଗଲା ଚନ୍ଦ୍ର, ଆକାଶରେ ରହିଲା ୮୨ ମିନିଟ

 ବିଶ୍ବ ଦେଖିଲା ମହାଜାଗତିକ ଦୃଶ୍ୟ: ଲାଲ ହୋଇଗଲା ଚନ୍ଦ୍ର, ଆକାଶରେ ରହିଲା ୮୨ ମିନିଟ


ଓଡ଼ିଶା ଆଦର୍ଶ ଲାଇଭ :ମହାଜାଗତିକ ଦୃଶ୍ୟ । ସଂଗଠିତ ହୋଇଛି ଦଶନ୍ଧିର ଅନ୍ୟତମ ଦୀର୍ଘପୂର୍ଣ୍ଣ ଚନ୍ଦ୍ର ଗ୍ରହଣ । ରାତି ୯ଟା ୫୭ ମିନିଟରେ ଗ୍ରହଣ ଆରମ୍ଭ ହୋଇଥିବା ବେଳେ, ରାତି ୧୧ଟା ୧ ମିନିଟରେ ପୂର୍ଣ୍ଣଗ୍ରାସ ହୋଇଛି । ରାତି ୧ଟା ୨୭ ପର୍ଯ୍ୟନ୍ତ ଇନ୍ଦୁ ପୂର୍ଣ୍ଣିମାର ଜହ୍ନ ପୃଥିବୀର ଛାଇରେ ଡାଙ୍କି ହୋଇଯାଇଥିଲା । ପ୍ରାୟ ୩ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଚନ୍ଦ୍ରଗ୍ରହଣ ।ସେପଟେ ଗ୍ରହଣ ବେଳେ ଗାଢ ଲାଲ ହୋଇଯାଇଥିଲା ଚନ୍ଦ୍ର । ରାତି ୧୧ରୁ ପ୍ରାୟ ୮୨ ମିନିଟ ଧରି ଦୃଶ୍ୟମାନ ହୋଇଥିଲା ବ୍ଲଡ ମୁନ୍ ।


ଭାରତ ସମେତ ବିଶ୍ବର ପ୍ରାୟ ଅଧିକାଂଶ ଅଞ୍ଚଳରେ ଖାଲି ଆଖିରେ ଦେଖାଯାଇଥିଲା । ଏସିଆ, ଆଫ୍ରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆମେରିକାର ଅନେକ ଅଞ୍ଚଳରେ ଦୃଶ୍ୟମାନ ହୋଇଥିଲା । ଭୁବନେଶ୍ୱରରେ ଅନେକ ଲୋକ ଏହାକୁ ଟେଲିସ୍କୋପ୍ ଓ କ୍ୟାମେରାରେ କ୍ୟାପ୍ଚର କରିଥିଲେ। କିନ୍ତୁ କିଛି ଅଞ୍ଚଳରେ ରକ୍ତ ଚନ୍ଦ୍ର ଦେଖିବାକୁ ମେଘ ବାଧା ସୃଷ୍ଟି କରିଥିଲା । ଭାରତରେ ଚନ୍ଦ୍ରଗ୍ରହଣର ଧାର୍ମିକ ଓ ସାଂସ୍କୃତିକ ମହତ୍ୱ ରହିଛି । କେତେକ ସମ୍ପ୍ରଦାୟରେ ଏହାକୁ ଅଶୁଭ ଭାବେ ଦେଖାଯାଏ । ଯେଉଁଥିପାଇଁ ଗ୍ରହଣ ସମୟରେ ଖାଦ୍ୟ ଗ୍ରହଣ ବା ନିଦ୍ରା ନିଷେଧ କରାଯାଇଥାଏ । କିନ୍ତୁ ବୈଜ୍ଞାନିକ ଦୃଷ୍ଟିରୁ ଏହା ଏକ ସ୍ୱାଭାବିକ ଘଟଣା ।


ଓଡ଼ିଶାରେ, ପୁରୀ ଜଗନ୍ନାଥ ମନ୍ଦିରରେ ଗ୍ରହଣ ସମୟରେ ନିୟମିତ ପୂଜା ବନ୍ଦ ରହିଥିଲା । ଭୁବନେଶ୍ୱରର ପାଠାଣୀ ସାମନ୍ତ ପ୍ଲାନେଟାରିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଶତାଧିକ ଲୋକ ଅଂଶଗ୍ରହଣ କରିଥିଲେ । ପୁରୀରେ ସମୁଦ୍ର କୂଳରେ ଚନ୍ଦ୍ରର ଲାଲ୍ ରଙ୍ଗ ଏକ ମନୋରମ ଦୃଶ୍ୟ ସୃଷ୍ଟି କରିଥିଲା । କଟକରେ ଛାତ୍ରଛାତ୍ରୀ ଓ ବୈଜ୍ଞାନିକ ସଂଘ ଏହାକୁ ନେଇ ଶିକ୍ଷାମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଭାରତରେ ପରବର୍ତ୍ତୀ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୨୦୨୮ ଫେବୃଆରୀ ୧ରେ ଦୃଶ୍ୟମାନ ହେବ । ଯାହା ମଧ୍ୟ ଏକ ବ୍ଲଡ୍ ମୁନ୍ ହେବ ବୋଲି ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS