ବିଦ୍ୟା ବିକାଶ ରେ ଆଧ୍ୟାତ୍ମିକତା ର ଉପଯୋଗିତା:
ବିଦ୍ୟାଦାନ ର ଶ୍ରେଷ୍ଠ ମାର୍ଗ : ପଣ୍ଡିତ ପଦ୍ମନାଭ ତ୍ରୀପାଠୀ
ନୀଳଗିରି,୮/୯(ଓଡ଼ିଶା ଆଦର୍ଶ):ଆଜି ପୂର୍ବାହ୍ନ ରେ ନୀଳଗିରି ର ଅଗ୍ରଣୀ ଘରୋଇ ଶିକ୍ଷାନଷ୍ଠାନ ଡିଭାଇନ ଟ୍ୟୁଟୋରିଆଲ ଶ୍ରେଣୀ କକ୍ଷ ସଭା ଗୃହ ପରିସର ରେ ଏକ ଆଧ୍ୟାତ୍ମିକ ପାଠଚକ୍ର , ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ତଥା ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି।ଉକ୍ତ ପାଠଚକ୍ର ର ଆଲୋଚ୍ୟ ବିଷୟ ଥିଲା -" ବିଦ୍ୟା ବିକାଶରେ ଆଧ୍ୟାତ୍ମିକତାର ଉପଯୋଗୀତା " । ଏହି ସଭାରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ପ୍ରାର୍ଥନା ଟିଭି ରେ ପ୍ରସାରିତ ହେଉଥିବା ବାଦିପାଲା ମଂଚର ସମୀକ୍ଷକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରତ୍ନାକର ଟାଉନ ହାଇ ସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଓ ଅବସର ପ୍ରାପ୍ତ ଅଧକ୍ଷ ଶ୍ରୀକାନ୍ତ କୁମାର ଆଚାର୍ଯ୍ୟ ମହୋଦୟ ଉପସ୍ଥିତ ଥିଲେ। ସଂସ୍ଥା ର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ଉପସ୍ଥିତ ରହି ,ଉକ୍ତ ସଭା କାର୍ଯ୍ୟକୁ ପରିଚାଳନା କରି ଥିଲେ। ପ୍ରାରମ୍ଭ ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚରଣ କମଳ ରେ ଜଗନ୍ନାଥାଷ୍ଟକଂ ଗାନ ପୂର୍ବକ ପ୍ରଦୀପ ପ୍ରଜ୍ଵଳନ କରାଯାଇଥିଲା। ଏହା ପରେ ସମ୍ମାନ ପୂର୍ବକ ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ଥିଲା। ଅତିଥି ମାନେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ରେ ପୁଷ୍ପାର୍ଘ୍ୟ ପ୍ରଦାନ କରି ଥିଲେ।ପରେ ପରେ ମୁଖ୍ୟ ଅତିଥି ନିଜର ବକ୍ତବ୍ୟରେ ବିଦ୍ୟା ବିକାଶରେ ଆଧ୍ୟାତ୍ମିକତାର ଉପଯୋଗୀତା ବିଷୟରେ ବିଶେଷ ବିବରଣୀ ପ୍ରଦାନ କରିଥିଲେ। କିପରି ପଞ୍ଚ କୋଷ ତଥା - ଆନନ୍ଦମୟ କୋଷ, ମନମୟ କୋଷ, ପ୍ରାଣମୟ କୋଷ, ବିଜ୍ଞାନ ମୟ କୋଷ, ଆନନ୍ଦ ମୟ କୋଷ ବିଷୟରେ ସେ ଛାତ୍ର ଛାତ୍ରୀ ମାନଙ୍କୁ ତନ୍ନ ତନ୍ନ କରି ବୁଝାଇ ଥିଲେ।ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜର ପଞ୍ଚ ଇଦ୍ରୀୟ ସହିତ ପ୍ରମୁଖ " ମନ " କୁ କିପରି ନିୟନ୍ତ୍ରିତ କରିପାରିବେ ତାର ଉପାୟ ମଧ୍ୟ ଜଣାଇଥିଲେ।
ଏହି ଆଧୁନିକ ସମାଜରେ ବୃତ୍ତି ଭିତ୍ତିକ ଶିକ୍ଷା କୁ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ଜୀବନ ଭିତ୍ତିକ ମୂଲ୍ୟବୋଧ ଶିକ୍ଷାର ବିକାଶ କରି ଦୀର୍ଘାୟୁ ଜୀବନ ଅତିବାହିତ କରିପାରିବେ ତାହା ସେ ନିଜର ବକ୍ତବ୍ୟରେ କହିଥିଲେ । ବିଦ୍ୟା ଅର୍ଜନ କରିବାର ଅର୍ଥ - ଜ୍ଞାନ ଅର୍ଜନ କରିବା , ନିଜର ଇଦ୍ରୀୟ କୁ ଶାନ୍ତ ଏବଂ ଆୟତ କରି ରଖିବା। କିପରି ଉତ୍ତମ ମାନବରେ ପରିଗଣିତ ହୋଇପାରିବା ତାହା ସେ ଅତି ସୁନ୍ଦର ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ। ଏହା ପରେ ସମ୍ମାନିତ ଅତିଥି ମାନେ ନିଜ ନିଜର ଅଭିଭାଷଣରେ ଉକ୍ତ କାର୍ଯ୍ୟକ୍ରମର ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। ଡିଭାଇନ ଚାରିଟେବୁଲ ଟ୍ରଷ୍ଟ ର ଏପରି ଏକ ନୂତନ ପ୍ରୟାସକୁ ନେଇ ସେ ଟ୍ରଷ୍ଟ ର ସମ୍ପାଦକ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।ବିଦ୍ୟା ଅର୍ଜନ କେବଳ ଚାକିରି ଭିତ୍ତିକ ନୁହଁ , ଏହା ନିଜସ୍ଵ ଜ୍ଞାନର ଅଭିବୃଦ୍ଧି ପାଇଁ କରିବା ଉଚିତ୍ ବୋଲି ଛାତ୍ର ଛାତ୍ରୀ ମାନେ ହୃଦୟଙ୍ଗମ କରି ଥିବା ଜଣାଯାଇଛି। ଶେଷରେ ଡିଭାଇନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ସମସ୍ତ ଅତିଥି ମାନଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ।
Post a Comment