Header ADS

ସୀଙ୍ଗିରି ବାଲି ମାଫିଆଙ୍କ ପାଇଁ ଖଣି ବିଭାଗର ଅଭିନବ ରେଡ୍,

 ସୀଙ୍ଗିରି ବାଲି ମାଫିଆଙ୍କ ପାଇଁ ଖଣି ବିଭାଗର ଅଭିନବ ରେଡ୍,

ନଦୀରେ ପହଁରି ପହଁରି ୪ଟି ଭେଳା ଜବତ କଲେ ଦୁଇଟି ବିଭାଗର ଅଧିକାରୀ



ନୀଳଗିରି,୧୬/୯(ଓଡ଼ିଶା ଆଦର୍ଶ): ଆକ୍ସନ ମୁଡ଼ରେ ନୀଳଗିରି ଖଣି ବିଭାଗ। ନଦୀ ପାଣି ଭିତରେ ଫିଲ୍ମ ଷ୍ଟାଇଲ ରେ ଗୋଡ଼ାଇ ଗୋଡ଼ାଇ ବାଲି ମାଫିଆଙ୍କ ଭେଳାକୁ ଧରିଲେ ଅଧିକାରି। ନୀଳଗିରି ବ୍ଲକ ସୀଙ୍ଗିରି ଅଞ୍ଚଳରେ ସୋନ ନଦୀ ଅବାହିକାରେ ଦୀର୍ଘ ଦିନ ଧରି ବେଧଡକ ଚାଲିଥିଲା ବାଲି ମାଫିଆଙ୍କ ରାଜ , ଉତ୍ତୋଳନ କରୁଥିଲେ ବେଆଇନ୍ ଚୋରା ବାଲି। ଗତକାଲି ନୀଳଗିରି ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଜନଶୁଣାଣୀ ଅଭିଯୋଗ ଶିବିରରେ ଉକ୍ତ ଗାଁ ଲୋକେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ। ଅଭିଯୋଗ ପାଇବା ପରେ ଆଜି ଖଣି ବିଭାଗ ଓ ନୀଳଗିରି ପୋଲିସ ସହଯୋଗରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଆଜି ନୀଳଗିରି ଖଣି ଅଧିକାରୀ ଜୀତେନ୍ଦ୍ର ଦାସ ଓ ପୋଲିସ ଅଧିକାରୀ ସିଙ୍ଗିରି ଗାଁ କୁ ଯାଇ ନଦୀ ପାଣିରେ ପସି ୪ଟି ଭେଳାକୁ ଜବତ କରିଛନ୍ତି।


 ତେବେ ଗତ କିଛି ଦିନ ପୂର୍ବରୁ ଅଯୋଧ୍ୟା ଅଞ୍ଚଳରେ ଟ୍ରାକ୍ଟର ଗାଡ଼ିକୁ ଜବତ କରିବା ସମୟରେ କିଛି ବାଲି ମାଫିଆ ମାନେ କନଷ୍ଟେବଳଙ୍କ ବେକରେ ଭୁଜାଲି ଲଗାଇ ଟ୍ରାକ୍ଟର କୁ ଛଡ଼ାଇ ନେଇଥିଲେ। ତେବେ ଏଭଳି ଘଟଣା ଘଟିଥିବା ଯୋଗୁଁ ଏବେ ଆକ୍ସନ ମୋଡରେ ପୋଲିସ ଓ ଖଣି ବିଭାଗ।

Post a Comment

Previous Post Next Post
Header ADS