Header ADS

ନୀଳଗିରି ଏବିଭିପି ନଗର ଶାଖା ତରଫରୁ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ନୂତନ କ୍ୟାମ୍ପସ ଶାଖା ଘୋଷଣା

 ନୀଳଗିରି ଏବିଭିପି ନଗର ଶାଖା ତରଫରୁ ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ନିମନ୍ତେ ନୂତନ କ୍ୟାମ୍ପସ ଶାଖା ଘୋଷଣା




ନୀଳଗିରି,୧୬/୯(ଓଡ଼ିଶା ଆଦର୍ଶ):ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କବାଲେଶ୍ଵର ଜିଲ୍ଲା ନୀଳଗିରି ନଗର ଶାଖା ଉଭୟ ଯୁକ୍ତ - ୨ ଏବଂ ଯୁକ୍ତ - ୩ ନୀଳଗିରି ମହାବିଦ୍ୟାଳୟରେ ବିଶାଳ କ୍ୟାମ୍ପସ ଶାଖା ଗଠନ କରାଯାଇଅଛି। ବିଗତ ୭ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହୁଥିବା ସତ୍ତ୍ବେ ମଧ୍ଯ ପ୍ରତିବର୍ଷ ଏବିଭିପି ତରଫରୁ କ୍ୟାମ୍ପସ ଶାଖା ଘୋଷଣା କରାଯାଏ। ଠିକ୍ ସେହିପରି ଚଳିତବର୍ଷ ମଧ୍ଯ ନୂତନ କ୍ୟାମ୍ପସ ଶାଖା ଗଠନ କରାଯାଇ ନୀଳଗିରି ମହାବିଦ୍ୟାଳୟର ସଭାପତି ଭାବେ ସୁଶାନ୍ତ କୁମାର ନାୟକ ଓ ସମ୍ପାଦକ ଭାବେ ପ୍ରିୟବ୍ରତ ମହାନ୍ତି ଏବଂ ଯୁକ୍ତ ୨ ର ସଭାପତି ଭାବେ ପ୍ରିୟରଞ୍ଜନ ମହାରଣା ଓ ସମ୍ପାଦକ ଭାବେ ଜନ୍ମଞ୍ଜୟ ସ ଦାୟିତ୍ବ ପ୍ରଦାନ କରାଯାଇଅଛି। ଏମାନଙ୍କ ବ୍ୟତୀତ ପାଖାପାଖି ୫୦ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଦାୟିତ୍ବ ଦିଆଯାଇଅଛି। ୭୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଛାତ୍ର/ଛାତ୍ରୀ ଏହି ସମୟରେ ଉପସ୍ଥିତ ରହି ସମର୍ଥନ ଜଣାଇଥିଲେ। ନୂତନ ଦାୟିତ୍ଵ ରେ ଥିବା ସତ୍ୟଦୀପ୍ କେଶୀ , କିମତ୍ ସିଂ, ନବୀନ ବେହେରା, ମନୋଜ କୁମାର ବେହେରା, ଭାଗିରଥି ସାହୁ, ସରୋଜ କୁମାର ବେହେରା, ଅଜିତ୍ କୁମାର ସେଠୀ , ଶୁଭଙ୍କର ରାଉତ୍, ଜୟଦେବ ଲେଙ୍କା , ହିମାଂଶୁ ବିଶ୍ଵାଳ, କ୍ରିଷ୍ଣା କୁମାର ଦାସ୍, ପ୍ରମୁଖ ଉପସ୍ଥିତ ଥିଲେ। କ୍ୟାମ୍ପସ ଶାଖା ଘୋଷଣା ପରେ ନବ ନିର୍ବାଚିତ ପ୍ରତିନିଧିମାନେ ପ୍ରତ୍ୟେକ ଥର ଭଳି ପ୍ରତିଟି ଛାତ୍ରଛାତ୍ରୀଙ୍କ ସମସ୍ୟା ର ସମାଧାନ ଏବଂ କ୍ୟାମ୍ପସ ର ଉନ୍ନତି ପାଇଁ କାମ କରିବେ ବୋଲି ମତପ୍ରକାଶ କରିଛନ୍ତି।

Post a Comment

Previous Post Next Post
Header ADS