Header ADS

ବିଘ୍ନବିନାଶକ ଗଜାନନ ବିଗ୍ରହଙ୍କ ଶୁଭଆଗମନ

 ବିଘ୍ନବିନାଶକ ଗଜାନନ ବିଗ୍ରହଙ୍କ ଶୁଭଆଗମନ। ହର୍ଷଉଲ୍ଲାସରେ ପାଛୋଟି ନେଲେ ଶହଶହ ଶ୍ରଦ୍ଧାଳୁ।



ନୀଳଗିରି,୨୫/୯(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ଅଧିନ ଯୋକନଣ୍ଡା ଗ୍ରାମକୁ ସାର୍ବଜନୀନ ବିଘ୍ନବିନାଶକ ଅଗ୍ରପୂଜ୍ୟ ଶ୍ରୀଶ୍ରୀ ଗଣନାଥଙ୍କ ନୂତନ ବିଗ୍ରହଙ୍କର ଶୁଭଆଗମନ ହୋଇଛି। ଭିଏତନାମରୁ ଆସିଥିବା ସୁପ୍ରସିଦ୍ଧ ମାର୍ବଲ ପ୍ରସ୍ତରରେ ରାଜସ୍ଥାନ କାରିଗରଙ୍କ ଦ୍ଵାରା ନିର୍ମିତ ବିଗ୍ରହକୁ ଆଜି ପୂର୍ବାହ୍ନରେ ଏକ ସୁସଜ୍ଜିତ ଗାଡ଼ିରେ ଅଣାଯିବାପରେ ହର୍ଷଉଲ୍ଲାସର ସହିତ ଶହଶହ ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଶଙ୍ଖ,ଘଣ୍ଟଘଣ୍ଟା , ହରିବୋଲ କୀର୍ତ୍ତନର ତାଳେତାଳେ ଗ୍ରାମ ପରିକ୍ରମା କରି ନୂତନମନ୍ଦିରର ସାମୟିକ ଅସ୍ଥାନକୁ ନିଆଯାଇଥିଲା। ସେଠାରେ ପୂଜାପାଠ କରାଯାଇ ରଖାଯିବା ସହିତ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ବିଗ୍ରହର ପ୍ରାଣପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଛି। ତିନିଦିନ ବ୍ୟାପି ଏହି ପ୍ରତିଷ୍ଠା ଉତ୍ସବରେ ବହୁ ବିଶିଷ୍ଟ କଥାବାଚକ ଏବଂ ଭଜନ କୀର୍ତ୍ତନ କରାଯାଇ ମହାଧୁମଧାମରେ ମନ୍ଦିର ପ୍ରତିଷ୍ଠା ସହିତ ବିଗ୍ରହଙ୍କ ପ୍ରାଣପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଥିବା କମିଟି ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ବିଗ୍ରହଙ୍କ ର ଶୁଭଆଗମନରେ କମିଟିର ସଭାପତି ଅଜୟ କୁମାର ପୃଷ୍ଟି, ସମ୍ପାଦକ ସନ୍ତୋଷ କୁମାର ଭୂୟାଁ, କୋଷାଧ୍ୟକ୍ଷ ହିମାଂଶୁ କୁମାର ଜେନା, ୱାର୍ଡସଭ୍ୟ ଦ୍ରୌପଦୀ ଭୂୟାଁ, ଗ୍ରାମସଭାପତି ଶ୍ରୀକାନ୍ତ ଭୂୟାଁ, ଗ୍ରାମ ସମ୍ପାଦକ ପ୍ରଦୀପ କୁମାର ବେହେରା, ଉପଦେଷ୍ଟା ବ୍ରହ୍ମାନନ୍ଦ ଜେନା,ସଂଯୋଜକ ସଞ୍ଜୟ କୁମାର ଭୋଳ, ସଦସ୍ୟ ରବୀନ୍ଦ୍ର ପୃଷ୍ଟି, ସୁରେନ୍ଦ୍ର ଭୋଳ, ଗଜେନ୍ଦ୍ର ଭୂୟାଁ, ଦିଲ୍ଲୀପ କୁମାର ଭୂୟାଁ, ଲକ୍ଷ୍ମୀଧର ଜେନା, ସନ୍ଦୀପ କୁମାର ଜେନା, ନରେନ୍ଦ୍ର ଭୂୟାଁ, ଅଭି ବେହେରା, ତାପସ ପୃଷ୍ଟି, ରଞ୍ଜିତ ଭୋଳ, ଉମେଶ ଜେନା, କାର୍ତ୍ତିକ ଚନ୍ଦ୍ର ଭୂୟାଁ, ମନୋରଞ୍ଜନ ଭୂୟାଁ, ପତିତପାବନ ଜେନା, ନିରଞ୍ଜନ ପୃଷ୍ଟି, ଭାସ୍କର ପ୍ରଧାନ,ଲକ୍ଷ୍ମୀଧର ପ୍ରଧାନ, ଶରତ ଚନ୍ଦ୍ର ବେହେରା, ଅଶେଷ ଜେନା ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post
Header ADS