Header ADS

ବୁଲା କୁକୁର ମୁହଁରେ ଫସିଥିବା ପ୍ଲାଷ୍ଟିକ ଡବା ବାହାର କଲେ ଯୁବକ

 ଏବେବି ବଞ୍ଚି ରହିଛି ମାନବିକତା

ବୁଲା କୁକୁର ମୁହଁରେ ଫସିଥିବା ପ୍ଲାଷ୍ଟିକ ଡବା ବାହାର କଲେ ଯୁବକ 



ନୀଳଗିରି,୨୩/୯(ଓଡ଼ିଶା ଆଦର୍ଶ): ବୁଲା କୁକୁର ର ଜୀବନ ବଞ୍ଚାଇ ମାନବିକତାର ପରିଚୟ ଦେଇଛନ୍ତି ତିନି ଯୁବକ। ସୂଚନା ଅନୁଯାୟୀ ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ଶ୍ୟାମସୁନ୍ଦର ପଞ୍ଚାୟତ ଅଧିନ ପଞ୍ଚଲିଙ୍ଗେଶ୍ଵର ରାସ୍ତା ପାର୍ଶ୍ବରେ ଏକ ବୁଲା କୁକୁର ମୁହଁରେ ପ୍ଲାଷ୍ଟିକ ଡବା ପସିଯିବାରୁ ଦୀର୍ଘ ୧୨ ଦିନରୁ ଉର୍ଦ୍ଧ୍ବ ହେବ ନଖାଇ ନପିଇ ବହୁ କଷ୍ଟ ପାଉଥିଲା। ସମସ୍ତେ ଏହି ବୁଲା କୁକୁର କୁ ଦେଖି ଧରିବାକୁ ଚେଷ୍ଟା କରୁଥିଲେ ହେଁ କୁକୁରଟି ଲୋକଙ୍କୁ ଦେଖି ଦୌଡୁଥିଲା। ଶେଷରେ ବହୁ ଚେଷ୍ଟା ପରେ ସ୍ଥାନୀୟ ପଞ୍ଚଲିଙ୍ଗେଶ୍ଵର ଅଞ୍ଚଳର ସୁବ୍ରତ କୁମାର ଯେନା, ଅମୂଲ୍ୟ ଯେନା, ବିନୋଦ ସେଠୀ ନାମକ ଯୁବକ କୌଶଳ କ୍ରମେ ବୁଲା କୁକୁର ଟିକୁ ଧରି ତା ମୁହଁରେ ଲାଗିଥିବା ପ୍ଲାଷ୍ଟିକ ଡବାକୁ ଖୋଲିବାରେ ସକ୍ଷମ ହୋଇଥିଲେ। ପରେ କୁକୁରଟି ସୁସ୍ଥ ଅବସ୍ଥାରେ ଦୌଡ଼ିବାରେ ଲାଗିଥିଲା। ତେବେ ସ୍ଥାନୀୟ ଅଞ୍ଚଳର ଏହି ଯୁବକଙ୍କ ବୁଲା କୁକୁରଙ୍କ ପ୍ରତି ଥିବା ଭଲ ପାଇବା କୁ ଦେଖି ଏବେବି ବଞ୍ଚି ରହିଛି ମାନବିକତା ବୋଲି ଚର୍ଚ୍ଚା ହେଉଛି।

Post a Comment

Previous Post Next Post
Header ADS