Header ADS

ରାଜ୍ୟସ୍ତରୀୟ କିକ ଵକ୍ସିଂ କ୍ରୀଡା ପ୍ରତିଯୋଗିତା ରେ ସ୍ୱର୍ଣ୍ଣ ପଦକ ଧାରୀ ଛାତ୍ର ମହେଶ୍ୱର ସେଠୀଙ୍କୁ ସମ୍ବର୍ଦ୍ଧିତ କଲା ଡିଭାଇନ ଟ୍ୟୁଟୋରିଆଲ

 ରାଜ୍ୟସ୍ତରୀୟ କିକ ଵକ୍ସିଂ କ୍ରୀଡା ପ୍ରତିଯୋଗିତା ରେ ସ୍ୱର୍ଣ୍ଣ ପଦକ ଧାରୀ ଛାତ୍ର ମହେଶ୍ୱର ସେଠୀଙ୍କୁ ସମ୍ବର୍ଦ୍ଧିତ କଲା ଡିଭାଇନ ଟ୍ୟୁଟୋରିଆଲ 

 


ନୀଳଗିରି,୧୬/୯(ଓଡ଼ିଶା ଆଦର୍ଶ):ନୀଳଗିରି ସ୍ଥିତ ଛୋଟଟକାନପୁର ଗ୍ରାମ ନିବାସୀ କମଳ ଲୋଚନ ସେଠୀ ମାତା ଅନିତା ସେଠୀ ଙ୍କ ପୁତ୍ର ମହେଶ୍ୱର ସେଠୀ ନୀଳଗିରି ସ୍ଥିତ ଡିଭାଇନ ଶିକ୍ଷାନୁଷ୍ଠାନ ରେ ଅଧ୍ୟୟନ ରତ।ସେ ନୀଳଗିରି ମହାବିଦ୍ୟାଳୟର ଯୁକ୍ତ ଦୁଇ କଳାର ପ୍ରଥମ ବର୍ଷର ଛାତ୍ର।ମାତ୍ର ୧୬ ବର୍ଷ ବୟସ ରେ ନୀଳଗିରି ଅଞ୍ଚଳ ତଥା ସାରା ଓଡ଼ିଶାର ଗୌରବ ଅର୍ଜନ କରିଛନ୍ତି। ଓଡ଼ିଶାର କେନ୍ଦୁଝର ବଡ଼ବିଲସ୍ଥ ଡିଏମ ପଡିଆରେ ରାଜ୍ୟ ସ୍ତରୀୟ କିକ ଵକ୍ସିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।ଯାହା ସମସ୍ତଙ୍କ ନିମନ୍ତେ ଗର୍ବ ଓ ପ୍ରେରଣା।ଏହାପରେ ଜାମୁକାଶ୍ମୀର ରେ ହେବାକୁ ଥିବା ଜାତୀୟସ୍ତରୀୟ ପ୍ରତିଯୋଗିତା ନିମନ୍ତେ ସେ ମନୋନୀତ ହୋଇଛନ୍ତି।ସେ ଏହାର ଶ୍ରେୟ ତାଙ୍କର କୋଚ୍ ଆମ ଶିକ୍ଷାନୁଷ୍ଠାନର ପୂର୍ବତନ ଛାତ୍ରୀ କିକ ଵକ୍ସିଂ ରାଣୀ ଜ୍ୟୋସ୍ନା ରାଣୀ ଦାସଙ୍କୁ ଦେଇଛନ୍ତି।ଭବିଷ୍ୟତ ରେ ଜାତୀୟ ସ୍ତରରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିବେ ବୋଲି ଆଶା ପ୍ରକଟ କରିଛନ୍ତି।ସମସ୍ତ ଘଟଣାକୁ ନେଇ ନୀଳଗିରି ସ୍ଥିତ ଡିଭାଇନ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ସଦସ୍ୟ ତଥା ଅଧ୍ୟକ୍ଷ ସୁଶାନ୍ତ କୁମାର ମହାପାତ୍ର ସମସ୍ତ ଛାତ୍ର/ଛାତ୍ରୀ ଓ ଅଧ୍ୟାପକଙ୍କ ଜରିଆରେ ତାଙ୍କୁ ସମର୍ଦ୍ଧିତ କରିବା ସହିତ ଭବିଷ୍ୟତ ଉଜ୍ଜ୍ୱଳ ନିମନ୍ତେ ସହଯୋଗର ହାତ ବଢାଇଛନ୍ତି।କିପରି ଶିକ୍ଷା ଓ କ୍ରୀଡା ଉଭୟ କ୍ଷେତ୍ର ରେ ଶ୍ରେଷ୍ଠ ହୋଇପାରିବ ସେଥିନିମନ୍ତେ ଡିଭାଇନ ତାର ସୁବ୍ୟବସ୍ଥା ଓ ସହଯୋଗ ସର୍ବଦା ଜାରି ରଖିବ ବୋଲି କହିଛନ୍ତି।ଏଥି ସହିତ ଅନ୍ୟାନ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀକାନ୍ତ ଆଚାର୍ଯ୍ୟ ଓ ଅବସର ଅଧ୍ୟାପକ ବିଷ୍ଣୁମୋହନ ପରିଡା ମଧ୍ୟ ବହୁ ପ୍ରେରଣା ପ୍ରଦାନ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଛନ୍ତି।

Post a Comment

أحدث أقدم
Header ADS