Header ADS

ନୀଳଗିରି ର ସହକାରୀ ଶ୍ରମ ଅଫିସର ଙ୍କ ଅବ୍ୟବସ୍ଥା ସମ୍ପର୍କରେ (citu) ତରଫରୁ ଦାବିପତ୍ର ପ୍ରଦାନ

 ନୀଳଗିରି ର ସହକାରୀ ଶ୍ରମ ଅଫିସର ଙ୍କ ଅବ୍ୟବସ୍ଥା ସମ୍ପର୍କରେ (citu) ତରଫରୁ ଦାବିପତ୍ର ପ୍ରଦାନ



ନୀଳଗିରି,୧୫/୮(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ପାଇଁ ଗୋଟିଏ ସହକାରୀ ଶ୍ରମ କାର୍ଯ୍ୟାଳୟ ଅଛି। ଉକ୍ତ କାର୍ଯ୍ୟାଳୟ ରେ ନୀଳଗିରି, ଔପଦା ବ୍ଲକ ର କାର୍ଯ୍ୟ ସହିତ ନୀଳଗିରି ଏନଏସି ର ଶ୍ରମ ସମ୍ଵନ୍ଧୀୟ କାର୍ଯ୍ୟ ହୁଏ। କିଛି ଦିନ ତଳେ ଔପଦା ବ୍ଲକ ପାଇଁ ଜଣେ ସହକାରୀ ଶ୍ରମ ଅଫିସର ନିଯୁକ୍ତି ହୋଇଛନ୍ତି ।

ଉକ୍ତ ଅଫିସର ଙ୍କୁ ନୀଳଗିରି ଅଫିସ ରେ ନ ରଖି, ବାଲେଶ୍ଵର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଅଫିସ ରେ କାର୍ଯ୍ୟ କରିବା ପାଇଁ ରଖାଯାଇଛି। ପୂର୍ବରୁ ଯେଉଁ ଅଫିସର ଔପଦା ବ୍ଲକ କାର୍ଯ୍ଯ କରୁଥିଲେ, ସେ ଔପଦା ବ୍ଲକ କାର୍ଯ୍ୟ କରୁ ନାହାଁନ୍ତି। ପୂର୍ବରୁ ଯେଉଁ ଅଫିସର ଥିଲେ, ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବାଲେଶ୍ବର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ରଖିବା ଫଳରେ, ନୀଳଗିରି ଶ୍ରମ କାର୍ଯ୍ୟାଳୟ କାର୍ଯ୍ୟ ବନ୍ଦ ହୋଇଯାଇଛି। ବହୁ ଲୋକ ପ୍ରତିଦିନ ନୀଳଗିରି ଶ୍ରମ କାର୍ଯ୍ୟାଳୟ କୁ ଆସି ଅଫିସର ନ ଥିବାରୁ ଘରକୁ ନିରାଶ ହୋଇ ଫେରୁଛନ୍ତି। ନୀଳଗିରି ଉପଖଣ୍ଡ ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ,ଲୋକ ମାନେ ବାଲେଶ୍ବର ଅଫିସ ଯାଇ କାର୍ଯ୍ୟ କରିବା ଅସମ୍ଭବ ହେଉଛି 

।ଉକ୍ତ ଘଟଣା ର ଗୁରୁତ୍ଵ ଉପଲବ୍ଧି କରି ସି ଟୁ (citu) ଜିଲ୍ଲା କମିଟି ସମ୍ପାଦକ ବିଜୟ କୁମାର ପାତ୍ର ,ଉପଜିଲ୍ଲାପାଳ ନୀଳଗିରି ଙ୍କୁ ଦାବୀ ପତ୍ର ଦେଇଛନ୍ତି ।

ଦାବିପତ୍ର ଦେବା ସମୟରେ ସି ଟୁ (citu) ଅନୁବନ୍ଧିତ ମହାବୀର ନିର୍ମାଣ ଶ୍ରମିକ ସଂଘ ର ସାଧାରଣ ସମ୍ପାଦକ କେଶବ ଚନ୍ଦ୍ର ଲେଙ୍କା ଉପସ୍ଥିତ ଥିଲେ। ସାତ ଦିନ ଭିତରେ ନୂତନ ଭାବେ ନିଯୁକ୍ତି ପାଇଥିବା ଔପଦା ଅଫିସର ନୀଳଗିରି ଅଫିସ ରୁ କାର୍ଯ୍ୟ କରିବା ସହିତ ପୂର୍ବରୁ ଯେଉଁ ଅଫିସର ଅଛନ୍ତି ,ତାଙ୍କୁ ନୀଳଗିରି ଅଫିସ ରୁ ନିତିଦିନିଆ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବୀ ସାତ ଦିନ ଭିତରେ ପୂରଣ ନହେଲେ ,ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯିବ ବୋଲି ପ୍ରଶାସନ କୁ ଚେତାବନୀ ଦିଆଯାଇଛି।

Post a Comment

أحدث أقدم
Header ADS