ଜିଲ୍ଲା ଯାଦବ (ଗୋପାଳ) ମହାସଂଘ ପକ୍ଷରୁ 'କୃଷ୍ନାୟନ' ୨୦୨୫ ପାଳିତ।
ଯୋଗଦେଲେ ହଜାର ହଜାର ଗୋପାଳ ପରିବାର, କୃଷ୍ଣମୟ ହେଲା ସାରା ପରିବେଶ ।
ବାଲେଶ୍ଵର,୧୬/୮(ଓଡ଼ିଶା ଆଦର୍ଶ): ସ୍ଥାନୀୟ ଟାଉନ ହଲ ଠାରେ " ଜିଲ୍ଲା ଯାଦବ (ଗୋପାଳ) ମହାସଂଘ " ବାଲେଶ୍ଵର ପକ୍ଷରୁ ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉପଲକ୍ଷେ ପ୍ରତିବର୍ଷ ପରି ଏକ କୃଷ୍ନମୟ ପରିବେଶ ଭିତରେ " କୃଷ୍ନାୟନ୍" ପାଳନ ହେଇଯାଇଛି । ବାଲେଶ୍ଵର ଜିଲ୍ଲା ର ସମସ୍ତ ସଂଗଠନ ପ୍ରେମୀ ଯାଦବ ତଥା ଗୋପାଳ ମାନଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ବଡ଼ ଧୁମ୍ ଧାମ ସହକାରେ ପାଳନ କରିଛନ୍ତି ଜିଲ୍ଲା ଯାଦବ (ଗୋପାଳ) ମହାସଂଘ ର କର୍ମକର୍ତ୍ତା ମାନେ ।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ବର୍ଗ ଓ ଜାତି ର ଲୋକମାନେ ମଧ୍ୟ ଯୋଗ ଦେଇଥିବା ବେଳେ ବାଲେଶ୍ଵର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଙ୍କ କୃଷ୍ଣମୟ ବିବୃତି ସମସ୍ତଙ୍କୁ ଆନନ୍ଦିତ କରିଥିଲା, ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ଓ ରେମୁଣା ର ବିଧାୟକ ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଉଭୟ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କୃଷ୍ଣାୟନ୍ କାର୍ଯ୍ୟକ୍ରମ ତାଙ୍କୁ ବହୁତ୍ ଭଲ ଲାଗେ ଓ କାର୍ଯ୍ୟକ୍ରମ ତଥା ମହାସଂଘ ର କର୍ମକର୍ତ୍ତା ମାନଙ୍କ ର ଉତ୍ତୋତ୍ତର କାମନା କରି ତାଙ୍କ ବିବୃତ୍ତି ରଖିଥିଲେ।
ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ଭିତରେ ରେମୁଣା ର ପୂର୍ବତନ ବିଧାୟକ ସୁଧାଂଶୁ ପରିଡ଼ା,ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଜୟରାମ ଦାସ (ନେପୁ) ପ୍ରମୁଖ ଉପସ୍ଥିତ ରହିଥିଲେ । ଉପସ୍ଥିତ ସମସ୍ତ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଏକ ପାରମ୍ପାରିକ ସାଂସ୍କୃତିକ ପରିବେଶ ସୃଷ୍ଠି କରିଥିଲେ ସଂଘର କାର୍ଯ୍ୟକର୍ତ୍ତା ମାନେ ।
ଉଚ୍ଚକୋଟୀର ସାଜସଜ୍ଜା କୁ ସମସ୍ତ କୃଷ୍ଣପ୍ରେମି ଯାଦବ (ଗୋପାଳ) ତଥା ସହର ଓ ଜିଲ୍ଲା ର କୃଷ୍ଣପ୍ରେମୀ ଜନସାଧାରଣ ବେଶ ପ୍ରଶଂସା କରିଥିଲେ। ପ୍ରାୟ ୩୦୦୦(ତିନି ହଜାର) ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ସମାଗମ ଭିତରେ ଉକ୍ତ କାର୍ଯ୍ୟକ୍ରମ କୁ ପାଳନ କରାଯାଇଅଛି । କୃଷ୍ନାୟନ ପରି ଏକ ସାଂସ୍କୃତିକ ଓ ପାରମ୍ପରିକ କାର୍ଯ୍ୟକ୍ରମ କୁ ସଫଳ କରିବାରେ ମୁଖ୍ୟ ଥିଲେ ଅଧକ୍ଷ ପୂର୍ବତନ ବିଚାରପତି ଶ୍ରୀଯୁକ୍ତ ଭାଗିରଥି ବାରିକ ତାଙ୍କ ସହ ଥିଲେ ସଭାପତି ଶ୍ରୀ ରବୀନ୍ଦ୍ର ମହାକୁଡ ,ସାଧାରଣ ସମ୍ପାଦକ ଶ୍ରୀ ନିଶିତ୍ କୁମାର ବାରିକ, ବିଶ୍ୱଜିତ୍ ମହାପାତ୍ର , କାର୍ଯ୍ୟକାରୀ ସଭାପତି ଶ୍ରୀ ଅଶ୍ଵିନୀ ଦାସ ଓ ରାଜକିଶୋର ଦାସ , ସାଂଗଠନିକ ସମ୍ପାଦକ ମାଧବାନନ୍ଦ ଦାସ , ନୂତନ କୋଷାଧ୍ୟକ୍ଷ ସୁଶାନ୍ତ ବାରିକ, ଉପସଭାପତି ଅଜୟ ବାରିକ ,ଯୁବ ସଭାପତି ଇଁ ଓ ଡାକ୍ତର ରାଜେଶ ମହାକୁଡ, ଯୁବ ସମ୍ପାଦକ ଶ୍ରୀ ବେଣୁଧର ଦାସ , ଜିଲ୍ଲା ସହ ସମ୍ପାଦକ ବିପ୍ଳବ ଯାଦବ , ଗଣପତି ବାରିକ (ଜୀବନ), ବରିଷ୍ଠ ଉପଦେଷ୍ଠା ପ୍ରଭାସ ଦାସ,ଅଶୋକ ଦାସ, ସୂରଞ୍ଜନ ଦାସ,ରାଧାମୋହନ ବାରିକ ,ପୁରୁଷୋତ୍ତମ ବାରିକ ,ରାମଚନ୍ଦ୍ର ବାରିକ,ତପନ ବାରିକ,ବନମାଳୀ ବାରିକ ଓ ଜିଲ୍ଲା ଯାଦବ (ଗୋପାଳ) ସଂଘ ର ମହିଳା ସଭାପତି ସଂଘମିତ୍ରା ଦାସ,ସମ୍ପାଦିକା କବିତା ବାରିକ ଓ ପୂର୍ବତନ ମହିଳା ସଭାପତି ନମିତା ବାରିକ ଓ ଗୀତାଞ୍ଜଳି ମହାକୁଡ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
إرسال تعليق