ମିଲେଟ ଚାଷୀ ମାନଙ୍କ ପାଇଁ ଭାରତର ମାନ୍ୟବର ଗୃହମନ୍ତ୍ରୀ ଙ୍କୁ ଭେଟିଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
ନୀଳଗିରି,୧୯/୮(ଓଡ଼ିଶା ଆଦର୍ଶ):ଗତକାଲି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭାରତର ଗୃହମନ୍ତ୍ରୀ ମାନନୀୟ ଶ୍ରୀ ଅମିତ ଭାଇ ସାହା ଜୀ ଙ୍କୁ ସାକ୍ଷାତ କରି ମିଲେଟ ଚାଷୀମାନଙ୍କର ସମବାୟ ସମିତି ମାଧ୍ୟମରେ ବିସ୍କୁଟ,କେକ, ନୁଡୁଲସ,ମଲ୍ଟି ମିଲେଟ ମଲଟ, କୁକିଜ, ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବିଶ୍ୱବଜାରରେ ବିକ୍ରୟ ବ୍ୟବସ୍ଥା ଏବଂ ବାଲେଶ୍ୱର ଓ ମୟୁରଭଞ୍ଜରେ ଜୈବ ପରିମଣ୍ଡଳର ଗୁରୁତ୍ୱକୁ ଉପଲବ୍ଧି କରି ଏଠାକାର ଜୈବ ବିବିଧତାର ସୁରକ୍ଷା ଓ ବିକାଶ ପାଇଁ ଏକ ବିସ୍ତୃତ ପରିବେଶଗତ ଅଡିଟ କରିବା ପାଇଁ ନିବେଦନ କରିଛନ୍ତି।ସୁବର୍ଣ୍ଣରେଖା ନଦୀରେ ବନ୍ୟା ନିୟନ୍ତ୍ରଣ,ଜଳ ସେଚନ,ତଟ ସୁରକ୍ଷା, ବନ୍ଧ ଓ ଜଳ ଭଣ୍ଡାର ନିର୍ମାଣ, ସୁବର୍ଣ୍ଣରେଖା ସଂସ୍କାର ଯୋଜନାର କ୍ରିୟାନ୍ୱୟନ ଏବଂ ସେବା ସମବାୟ ସମିତି ମାନଙ୍କର ଦକ୍ଷତା ବର୍ଦ୍ଧନ ଆଦି ବିଷୟରେ ଆଲୋଚନା କରିବା ସହିତ ମାନ୍ୟବର ସାଂସଦ ଲିଖିତ ଭାବେ ପତ୍ର ଦେଇଛନ୍ତି।
إرسال تعليق