ରାଜ୍ୟ ରାଜପଥ ପାର୍ଶ୍ଵ ଡ୍ରେନ କାର୍ଯ୍ୟ ହେଉଛି
ନିମ୍ନ ମାନର
ନୀଳଗିରି,୧୪/୮(ଓଡ଼ିଶା ଆଦର୍ଶ): ଶେରଗଡ଼ ଠାରୁ ଝରଣଘାଟି ରାଜ୍ୟ ରାଜପଥ ୧୯ ନମ୍ବର ରାସ୍ତା କାମ ଚାଲୁଥିବା ବେଳେ ରାସ୍ତା ର ଉଭୟ ପାର୍ଶ୍ବରେ ଅଧିକାଂଶ ଜାଗାରେ ଡ୍ରେନ କାର୍ଯ୍ୟ ନିର୍ମାଣଧିନ ଚାଲିଛି। ହେଲେ ଉକ୍ତ ଡ୍ରେନ କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଛକ ଠାରେ ଥିବା ପେଟ୍ରୋଲ ପମ୍ପ ଠାରୁ ବଜାର ପଟକୁ ରାଜ୍ୟ ରାଜପଥ ରାସ୍ତା ର ଏହି ଡ୍ରେନ କାର୍ଯ୍ୟ ନିର୍ମାଣ କରାଯାଉଛି। ହେଲେ ଏହି ଡ୍ରେନ କାର୍ଯ୍ୟରେ ଆବଶ୍ୟକତା ଠାରୁ କମ୍ ରଡ଼ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଉକ୍ତ ଡ୍ରେନ ରେ କଉଟି ପାଞ୍ଚ ପିସ୍ ରଡ଼ ଲଗା ଯାଇଛି ତ ପୁଣି କଉଟି ଚାରି ପିସ୍ ରଡ଼ ବ୍ୟବହାର କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଲୋକଙ୍କ କହିବା କଥା ଯଦି ନିୟମ ଅଛି ତାହେଲେ ଉକ୍ତ ଡ୍ରେନ କାର୍ଯ୍ୟରେ ସବୁ ଠାରେ ସମାନ ବ୍ୟବଧାନ ଭିତରେ ରଡ଼ ଲଗାଯିବା କଥା କିନ୍ତୁ ଗୋଟେ ଜାଗାରେ ଅଧିକ ଆଉ ଗୋଟେ ଜାଗାରେ କମ ରଡ଼ ଲଗାଇ କେମିତି ଠିକାଦାର ଜଣକ କାର୍ଯ୍ୟ ନିର୍ମାଣ କରୁଛି । ତେବେ ଉକ୍ତ କାର୍ଯ୍ୟ ବିଷୟରେ ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେବାକୁ ଦାବି ହେଉଛି।
إرسال تعليق