Header ADS

ସାଂସଦ ଓ ବିଧାୟକ ଙ୍କ ମିଳିତ ପ୍ରଚେଷ୍ଟାରେ ନୀଳଗିରି ରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ

 ନୀଳଗିରିରେ ହେବ କେନ୍ଦ୍ରୀୟ ବିଦ୍ୟାଳୟ 

କ୍ଷେତ୍ର ପରିଦର୍ଶନ କଲେ ପ୍ରଶାସନିକ ଦଳ




ନୀଳଗିରି,୧୩/୮(ଓଡ଼ିଶା ଆଦର୍ଶ): ବାଲେଶ୍ୱର ଜିଲ୍ଲାର, ଦୁଇ ଗୋଟି ସ୍ଥାନ, ଯଥା ଆଇଟିଆଇ ଛକ ନିକଟରେ ଓ ରେମୁଣାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ହୋଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳଗିରିରେ ହେବାକୁ ଯାଉଛି ଏକ କେନ୍ଦ୍ରୀୟ ବିଦ୍ୟାଳୟ | ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଛି | ସୂଚନା ଯୋଗ୍ୟ ବାଲେଶ୍ୱର ମାନ୍ୟବର ସାଂସଦ ପ୍ରତାପ ଷଡ଼ଙ୍ଗୀ ନୀଳଗିରି ରେ ଶିକ୍ଷାକୁ ପ୍ରାଧ୍ୟାନ୍ୟ ଦେଇ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ର ଲେଖିଥିଲେ | ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ଏହାକୁ ଅନୁମୋଦନ କରିଥିଲେ | ଏନେଇ କେନ୍ଦ୍ରୀୟ ବିଦ୍ୟାଳୟର ଏକ ଦଳ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଜମି ଚି଼ହ୍ନଟ ପାଇଁ ମିଳିତ ଭାବେ ଆଜି ମିତ୍ରପୁର ଏବଂ ନରଣପୁର ଅଞ୍ଚଳ କୁ ଆସି ଦୁଇଟି ସ୍ଥାନର କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି |ଖୁବ ଶୀଘ୍ର ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ସବୁଜ ସଂକେତ ମିଳିଛି | ନୀଳଗିରି ତହସିଲଦାର ସୋନମ ଦାସ, ବିଡ଼ିଓ ବିକ୍ରମ କେଶରୀ ପରିଡ଼ା, କେନ୍ଦ୍ରୀୟ ଦଳର ବରିଷ୍ଠ ଅଧିକାରୀ, ବିଜେପି କର୍ମୀ କ୍ଷେତ୍ର ପରିଦର୍ଶନରେ ସାମିଲ ଥିଲେ |

Post a Comment

أحدث أقدم
Header ADS