Header ADS

କର୍ପୋରେଟ ହଟାଓ, ଦେଶ ବଞ୍ଚାଓ ଦାବୀ ରେ ସିଟୁ (citu ) ପକ୍ଷରୁ ପ୍ରତିବାଦ ସଭା

 କର୍ପୋରେଟ ହଟାଓ, ଦେଶ ବଞ୍ଚାଓ ଦାବୀ ରେ ସିଟୁ (citu ) ପକ୍ଷରୁ ପ୍ରତିବାଦ ସଭା



ନୀଳଗିରି,୧୩/୮(ଓଡ଼ିଶା ଆଦର୍ଶ): କେନ୍ଦ୍ର ରେ ବିଜେପି ସରକାର ଆସିବା ପରେ ଦେଶର ସମସ୍ତ ରାଷ୍ଟ୍ରୀୟ ସମ୍ପତ୍ତି ଗୁଡିକ କର୍ପୋରେଟ ହାତ କୁ ଟେକି ଦେଇଛନ୍ତି। ଆଦାନୀ, ଅମ୍ବାନୀ, ଟାଟା ଭଲି ବଡ ବଡ କମ୍ପାନୀ ମାନଙ୍କୁ ସମସ୍ତ ରାଷ୍ଟ୍ରାୟତ ସମ୍ପତ୍ତି କୁ ବିକ୍ରୀ କରି ଗରିବ ଲୋକ ମାନଙ୍କୁ ହତାଦର କରୁଛନ୍ତି। ଏହା ଫଳରେ ଦେଶରେ ବେକାରୀ ସମସ୍ୟା ବଢୁଛି ତତ୍ ସହିତ ଗରିବ ଲୋକମାନେ ଅଧିକ ଗରିବ ହେବାରେ ଲାଗିଛନ୍ତି।ଦରଦାମ୍ ଅହେତୁକ ଭାବେ ବଢୁଛି। ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟସ୍ତ ହୋଇପଡିଛି ।ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ଆମେରିକା ର ଆମଦାନୀ ଶୁଳ୍କ ବଢିବା ଫଳରେ ଭାରତ ର ପଣ୍ୟ ବିଦେଶରେ ବିକ୍ରି ହେଉନାହିଁ। ଏହାକୁ ପ୍ରତିବାଦ କରି ସିଟୁ,କୃଷକ ସଭା ତରଫରୁ ନୀଳଗିରି ଉପଜିଲ୍ଲାପାଳ ଙ୍କ ମାଧ୍ୟମ ରେ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ଦାବୀ ପତ୍ର ଦେବା ସହିତ ପ୍ରତିବାଦ ସଭା କରାଯାଇଛି। ସିଟୁ ର ଜିଲ୍ଲା ସମ୍ପାଦକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ପ୍ରତିବାଦ ସଭାରେ କୃଷକ ସଭା ର ରାଜ୍ଯ ନେତା ସିତାଂଶୁ ସେନାପତି, ସିଟୁ ତରଫରୁ ସୁରେନ୍ଦ୍ର ବେହେରା, ବିଜୟ ମୁଖୀ, କାଳିଆ ପାତ୍ର, ରବିନ୍ଦ୍ର ମୁଖୀ, ଦେବେନ୍ଦ୍ର ମୁଖୀ ସମେତ ବହୁ ସାଥୀ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS