ଆଇ. ଟି.ଡି.ଏ ତେଲ ଚୋରୀ କରିବା ଘଟଣା
ତଦନ୍ତର ସାମ୍ନା କରିବେ କାର୍ଯ୍ୟକାରୀ ସହକାରୀ ଯନ୍ତ୍ରୀ ଶ୍ରୀ ଉପାଧ୍ୟାୟ
ନିଜ ଘରୋଇ ଗାଡ଼ିରେ କାର୍ଯ୍ୟାଳୟରୁ ଡିଜେଲ ବିଲ ନେଇ ପେଟ୍ରୋଲ ପକାଇଲେ କିପରି? ସରକାରୀ ଗାଡ଼ିରେ ପଡ଼ୁଥିବା ଡିଜେଲ ବିଲ କିଏ ଦସ୍ତଖତ କଲେ? ପେଟ୍ରୋଲ ପମ୍ପରେ ବହୁବାର ଶ୍ରୀ ଉପାଧ୍ୟାୟ ଡିଜେଲ ବିଲ ଦେଇ ନିଜ ଗାଡିରେ ପେଟ୍ରୋଲ ପୁରାଉଥିଲେ କାହିଁକି? ନିଜ ଗାଡିରେ ପେଟ୍ରୋଲ ପକାଇବା ପାଇଁ କାର୍ଯ୍ୟାଳୟରୁ ଆଣିଥିବା ଡିଜେଲ ବିଲର ଆବଶ୍ୟକତା କଣ ଥିଲା? ପେଟ୍ରୋଲ ପମ୍ପର କର୍ମଚାରୀଙ୍କ କହିବା ମୁତାବକ ଶ୍ରୀ ଉପାଧ୍ୟାୟ ଡିଜେଲ ବିଲ ଦେଇ ପ୍ରାୟ ୧୦ରୁ ଉର୍ଦ୍ଧ୍ବ ନିଜ ଗାଡିରେ ପେଟ୍ରୋଲ ପକାଇଛନ୍ତି। ସରକାରୀ ଗାଡିରେ ତେଲ ପକାଇବାକୁ ହେଲେ କାର୍ଯ୍ୟାଳୟର ଲଗ୍ ବୁକ୍ ପ୍ରଥମେ ଆବଶ୍ୟକତା ଥିଲା ବେଳେ ଡ୍ରାଇଭର ଗାଡ଼ିରେ ତେଲ ପକାଇଥାନ୍ତି। ମାତ୍ର କୌଣସି ଦିନେ ଡିଜେଲ ବିଲ ନେଇ ଡ୍ରାଇଭର ପେଟ୍ରୋଲ ପକାଇ ନଥିବା ବେଳେ କାର୍ଯ୍ୟକାରୀ ସହକାରୀ ଯନ୍ତ୍ରୀ ସରକାରୀ ବିଲରେ ସରକାରୀ ଗାଡ଼ିରେ ତେଲ ନପକାଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବା ମାନେ କଣ? ଶ୍ରୀ ଉପାଧ୍ୟାୟଙ୍କ ନାମରେ ବାଲେଶ୍ଵର ଜିଲ୍ଲାରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ପୁଳାପୁଳା ଦୁର୍ନୀତି କରିଚାଲିଥିବାର ନଜିର ଥିବା ବେଳେ ସଦ୍ୟ ତେଲ ଚୋରି ଘଟଣାର ଜ୍ୱଳନ୍ତ ପ୍ରମାଣ ସିସି ଟିଭିରୁ ମିଳିବା ପରେ ସେ କିଭଳି ଦୁର୍ନୀତି ଖୋର ହୋଇଥିବେ ଏହି ଗୋଟିଏ ପ୍ରମାଣରୁ ସ୍ପଷ୍ଟ ଅନୁମେୟ। ସରକାରୀ ଅର୍ଥ ସରକାରୀ କର୍ମଚାରୀ ମାନଙ୍କ ଦ୍ଵାରା ତୋଷରପାତ ହେଉଥିବା ବେଳେ ଓ ବିଭିନ୍ନ ଦୁର୍ନୀତିରେ କର୍ମଚାରୀ ମାନେ ଲିପ୍ତ ରହୁଥିବା ବେଳେ ପ୍ରକଳ୍ପ ଅଧିକାରୀଙ୍କୁ ଅବଗତ କରାଗଲେ ସେ ଅଭିଯୋଗ ପାଇବା ପରେ ତଦନ୍ତ କରିବେ ବୋଲି ପ୍ରକାଶ କରୁଛନ୍ତି। ଯାହା ଫଳରେ ସବୁ କରୁଥିବା ଓ ସବୁ ଜାଣିଥିବା ପ୍ରକଳ୍ପ ଅଧିକାରୀଙ୍କ ଠାରେ ଏକିପ୍ରକାର ଉତ୍ତର, ଶୋଭା ପାଉନାହିଁ ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ପ୍ରକଳ୍ପ ଅଧିକାରୀଙ୍କୁ ତଦନ୍ତ ପରିସର ଭକ୍ତ କରାଗଲେ ଘଟଣାର ଅସଲ ରହସ୍ୟ ଲୋକ ଲୋଚନକୁ ଆସିପାରନ୍ତା ଆଲୋଚନା ହେଉଛି। ଯନ୍ତ୍ରୀ ଶ୍ରୀ ଉପାଧ୍ୟାୟ ଦାୟୀତ୍ୱରେ ଥିବା ରେମୁଣା ବ୍ଲକ, ନୀଳଗିରି ଆଇ.ଟି.ଡି.ଏ, ନୀଳଗିରି ବ୍ଲକରେ ରହି ଯେତେ ଉନ୍ନୟନ କାର୍ଯ୍ୟ କରିଛନ୍ତି ଭିଜିଲାନ୍ସ ବିଭାଗ ଦ୍ଵାରା ତଦନ୍ତ କରାଇଲେ ଫେକ୍ ଜି ଏସ ଟି ବିଲ ଓ ପ୍ରକୃତ ଲେବର ମାନଙ୍କୁ କାମରେ ଲଗାଇ ସେମାନଙ୍କୁ ତାଙ୍କ ମଜୁରୀ ଟଙ୍କା ନଦେଇ ବିଭାଗୀୟ ଜେଇ ମାଧ୍ୟମରେ ହରିଲୁଟ୍ କରିଛନ୍ତି ଶ୍ରୀ ଉପାଧ୍ୟାୟ ଓ ବିଭାଗୀୟ ଜେଇ ମାନଙ୍କର କଳାକାରନାମାର ପର୍ଦ୍ଦାଫାଶ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରୁ ଦାବୀ ଉଠିଛି।



Post a Comment