କେନ୍ଦ୍ରୀୟବିଦ୍ୟାଳୟ ସ୍ଥାପନ ପାଇଁ ସାଂସଦଙ୍କୁ ଦାବୀପତ୍ର।
ନୀଳଗିରି,୨୪/୮(ଓଡ଼ିଶା ଆଦର୍ଶ):ନୀଳଗିରି ନିର୍ବାଚନମଣ୍ଡଳୀ କେ.ପି ଲାଖରଜ ପଞ୍ଚାୟତ ମିତ୍ରପୁର ଅଞ୍ଚଳର କୁଅଁରପୁର ମାହାଲ ମୌଜାର ବାଦାମବାଡି ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନପାଇଁ ଉକ୍ତ ଅଞ୍ଚଳର ବହୁ ବୁଦ୍ଧିଜୀବୀ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଭେଟି ଦାବୀପତ୍ର ଦେବା ସହିତ ଅନୁରୋଧ କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଗୋପାଳଚନ୍ଦ୍ର ମହାପାତ୍ର, ପ୍ରକାଶଚନ୍ଦ୍ର ମହାପାତ୍ର, ସଞ୍ଜୀବ କୁମାର ସିଂହ, ଜଗବନ୍ଧୁ ମହାପାତ୍ର, ଅଜୟ କୁମାର ବାରିକ, ମନୋରଞ୍ଜନ ପଣ୍ଡା, ବିଘ୍ନେଶ୍ୱର ଦାସ, ରତିକାନ୍ତ ସିଂ, ସାରଦା ପ୍ରସାଦ କର ପ୍ରମୁଖ ଶହେରୁ ଉର୍ଦ୍ଧ୍ବ ଦସ୍ତଖତ ସମ୍ବଳିତ ଦାବୀପତ୍ର ପ୍ରଦାନ କରିଛନ୍ତି। ସୂଚନା ମୁତାବକ ଆଦିବାସୀ ଅଧ୍ୟୁଷିତ ନୀଳଗିରି ବ୍ଲକରେ ଶିକ୍ଷାର ପ୍ରଚାରପ୍ରସାର ପାଇଁ ଉନ୍ନତ ଶିକ୍ଷାପ୍ରଣାଳୀ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଆର୍ଥିକ ଅନଗ୍ରସର ନୀଳଗିରି ଅଂଚଳରେ ବିଶେଷକରି ଗରୀବମେଧାବୀ ପିଲାମାନଙ୍କୁ ବ୍ୟୟବହୁଳ ଶିକ୍ଷାପ୍ରଦାନରୁ ବଞ୍ଚିତ ନହେବା ପାଇଁ ବିଭିନ୍ନସମୟରେ ଦାବୀ ହୋଇଆସୁଥିବା ବେଳେ ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ପ୍ରଚେଷ୍ଟା ବିଶେଷକରି ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପତ୍ରଲେଖିବା ଏବଂ ବ୍ୟକ୍ତିଗତ ଭାବେ ଭେଟି ନୀଳଗିରିରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଅନୁରୋଧ କରିଥିଲେ। ସାଂସଦଙ୍କ ଅନୁରୋଧକୁ ରକ୍ଷାକରି ଶେଷରେ ନୀଳଗିରି ଅଞ୍ଚଳରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାପାଇଁ କେନ୍ଦ୍ର ସରକାର ସହମତି ପ୍ରକାଶ କରିଛନ୍ତି। ଏନେଇ ଗତ ଅଗଷ୍ଟ ୧୩ତାରିଖରେ ଜମିଚିହ୍ନଟ ପାଇଁ ଏକ ପ୍ରଶାସନିକ ଟିମ୍ ବ୍ଲକର ନରଣପୁର ପଞ୍ଚାୟତର ନକୁଳକୁଅଁର ଅଞ୍ଚଳ ଏବଂ କେ.ପି ଲାଖରଜପୁର ପଞ୍ଚାୟତ କୁଅଁରପୁର ମାହାଲ ଅଞ୍ଚଳ ପରିଦର୍ଶନ କରିଥିଲେ।
Post a Comment