Header ADS

ଲଣ୍ଡନରେ ଉନ୍ମୋଚିତ ହେଲା ପ୍ରଶାନ୍ତ ମେହେରଙ୍କ ‘କବିତା ଓ କୋହ’

 ଲଣ୍ଡନରେ ଉନ୍ମୋଚିତ ହେଲା ପ୍ରଶାନ୍ତ ମେହେରଙ୍କ ‘କବିତା ଓ କୋହ’




ଓଡ଼ିଶା ଆଦର୍ଶ ବ୍ୟୁରୋ,୨୫/୮ :ବରଗଡ଼ ଜିଲ୍ଲା ଜମଲା, ପଦ୍ମପୁରର ମାଟିର ପୁଅ, ସାହିତ୍ୟିକ ପ୍ରଶାନ୍ତ ମେହେରଙ୍କ ନୂଆ କବିତା ସଂଗ୍ରହ ‘କବିତା ଓ କୋହ’ ଆଜି ଲଣ୍ଡନରେ ଉନ୍ମୋଚିତ ହେଇଯାଇଛି। ଏହାକୁ ଓଡିଶା ସୋସାଇଟି ଅଫ୍ ୟୁକେ (OSUK) ର ୪୬ତମ ବାର୍ଷିକ ସମ୍ମିଳନୀରେ ଉତ୍ସବମୁଖର ପରିବେଶରେ ଉନ୍ମୋଚନ କରାଯାଇଛି।

ଏହା ପ୍ରଶାନ୍ତ ମେହେରଙ୍କ ତୃତୀୟ କବିତା ସଂକଳନ। ସେ ବର୍ତ୍ତମାନ ଦୁବାଇରେ ବସବାସ କରୁଥିବା ସତ୍ତ୍ୱେ, ମନରେ ଓଡ଼ିଆ ମାଟିର ସ୍ମୃତି, ସମ୍ବଲପୁରୀ ସାହିତ୍ୟର ଗନ୍ଧ ଓ ଜୀବନର ଅନୁଭବକୁ ତାଙ୍କ କବିତାରେ ପ୍ରକାଶ କରିଥାନ୍ତି। ପ୍ରକାଶ ଥାଉ ଯେ ତାଙ୍କର ପ୍ରଥମ ବହି ମାଟିର "ମହକ ଦୁବାଇ" ରେ ଦ୍ବିତୀୟ ବହି "ମାଟିର ସୁରତା" ବାଙ୍ଗାଲୋର ରେ ବାହାରି ସାରି ବେଶ ଆଲଗା ନା ସୃଷ୍ଟି କରିଛି |

" କବିତା ଓ କୋହ" ସଂଗ୍ରହରେ ମୋଟ ୩୧ଟି କବିତା ସ୍ଥାନ ପାଇଛି, ଯେଉଁଥିରେ ଲେଖକ ନିଜ ମନର ବେଦନା, ଅନୁଭୂତି ଓ ସ୍ବପ୍ନକୁ ଶବ୍ଦରେ ବାନ୍ଧିଛନ୍ତି। ସେ ଓଡ଼ିଆ ଓ ସମ୍ବଲପୁରୀ ଭାଷାରେ ସାହିତ୍ୟ ସୃଷ୍ଟି କରୁଥିବାରୁ ପାଠକମାନଙ୍କ ମଧ୍ୟରେ ତାଙ୍କର ରଚନା ଭିନ୍ନ ସ୍ଥାନ ଦାବି କରୁଛି।

ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ମଞ୍ଚ ଉପରେ ପ୍ରସିଦ୍ଧ ଟିଭି କଳାକାର ଓ ସାହିତ୍ୟିକ କୁନା ତ୍ରିପାଠୀ, ପଦ୍ମଶ୍ରୀ ଅଦ୍ୱେତ ଗଡ଼ନାୟକ ଓଡିଶା ସୋସାଇଟି ଅଫ୍ ୟୁକେ (OSUK) ର ସଭାପତି ବିଶ୍ୱଜିତ ପଧାନ ଓ ସେକ୍ରେଟାରୀ ସୁକାନ୍ତ ସାହୁ ଉପସ୍ଥିତ ଥିଲେ | ଲଣ୍ଡନରେ ହୋଇଥିବା ଏହି ପୁସ୍ତକ ଉନ୍ମୋଚନ ବରଗଡ଼-ପଦ୍ମପୁର ମାଟି ପାଇଁ ଗର୍ବର ମୁହୂର୍ତ୍ତ ବୋଲି ସ୍ଥାନୀୟମାନେ କହିଛନ୍ତି। 

ଏଭଳି ସାହିତ୍ୟିକ ପ୍ରୟାସକୁ ବିଦେଶ ଭୁମିରେ ପ୍ରସୟ ଦେଇ ଥିବାରୁ ଆୟୋଜନ କରିଥିବା ଓଡିଶା ସୋସାଇଟି ଅଫ୍ ୟୁକେ (OSUK) ଟିମ୍‌ଙ୍କୁ ସବୁ ମହଲ ରୁ  ଅଭିନନ୍ଦନ ଓ କୃତଜ୍ଞତା ର ସୁଅ ଛୁଟିଛି|

Post a Comment

Previous Post Next Post
Header ADS