Header ADS

ସ୍ଥାନାନ୍ତରଣ ହେବନି ନୀଳଗିରି ଉପକାରାଗାର

 ସ୍ଥାନାନ୍ତରଣ ହେବନି ନୀଳଗିରି ଉପକାରାଗାର

ମୂଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ୍ ଦେଲେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ।



ନୀଳଗିରି,୨୨/୮(ଓଡ଼ିଶା ଆଦର୍ଶ): ଆଜି ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି, ପୋଲିସ ଡିଜି ଓ ପୂର୍ବତନ ପୁଲିସ ଡିଜି ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀଯୁକ୍ତ ପ୍ରକାଶ ମିଶ୍ର ଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନୀଳଗିରି ଜେଲ୍ ସ୍ଥାନାନ୍ତରିତ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଜେଲ୍ ରେ କଏଦୀ ଙ୍କ ସଂଖ୍ୟା କମ ଓ ବାଲେଶ୍ୱର ମୁଖ୍ୟ ଜେଲ୍ ମାତ୍ର ୨୦ କିଲୋମିଟର ଭିତରେ ଥିବାରୁ ସରକାରଙ୍କ ତରଫରୁ ଏକପ୍ରକାର ସ୍ଥାନାନ୍ତରଣର ନିଷ୍ପତି ହୋଇଥିଲା ।ସାଂସଦ ଙ୍କ ବିନମ୍ର ଅନୁରୋଧ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀଳଗିରି ଉପକାରାଗାରକୁ ବାଲେଶ୍ୱର ଜେଲ ସହିତ ମିଶ୍ରଣ କରାଯିବ ନାହିଁ ବୋଲି ମତବ୍ୟକ୍ତ କରିବା ସହ ସରକାରୀ ନିର୍ଦେଶାବଳୀକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦେଇଥିବା ସୁଚନା ମିଳିଛି ।ଏଥିପାଇଁ ନୀଳଗିରି ଗଡଜାତ ମାଟିର ସନ୍ତାନ ହିସାବରେ ସମସ୍ତ ନୀଳଗିରି ବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଥିବା ସୋସିଆଲ ମିଡ଼ିଆ ରେ ଜଣାଇଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ।

Post a Comment

Previous Post Next Post
Header ADS