Header ADS

ଦେଶୀମଦ ଜବତ ସହ ୨ହଜାର ପୋଚ ନଷ୍ଟକଲା ଅବକାରୀ ବିଭାଗ।୪ଗିରଫ।

 ଦେଶୀମଦ ଜବତ ସହ ୨ହଜାର ପୋଚ ନଷ୍ଟକଲା ଅବକାରୀ ବିଭାଗ।୪ଗିରଫ।



ନୀଳଗିରି,୧/୭(ଓଡ଼ିଶା ଆଦର୍ଶ):ନୀଳଗିରି ଅବକାରୀ ବିଭାଗ ଏବଂ ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ଆନୁକୂଲ୍ୟରେ ନୀଳଗିରିର ବିଭିନ୍ନ ସ୍ଥାନରେ ଚଢାଉକରି ୪୪୮ଲିଟର ଦେଶୀମଦ ଜବତ କରିବା ସହିତ ୨ହଜାର ଲିଟର ପୋଚ ନଷ୍ଟକରିଛି। ସଜନାଗଡ ପଞ୍ଚାୟତ ବାଣ୍ଠିଆପଡା ଗ୍ରାମର ମଙ୍ଗୁଳି ସିଂ(୪୫)ଙ୍କ ଠାରୁ ୪୦ଲିଟର ଦେଶୀମଦ ଜବତ କରିଥିବା ବେଳେ ଅଯୋଧ୍ୟା ଅଞ୍ଚଳର ରାଜେନ୍ଦ୍ର ସିଂ (୩୫) ଙ୍କ ଠାରୁ ୨୫ଲିଟର, ଚାପଲସାହି ଗ୍ରାମର ସୁଭଦ୍ରା ଟୁଡୁ(୩୫) ଙ୍କ ଠାରୁ ୨୩ଲିଟର ଏବଂ ଝରଣାଘାଟି ଅଞ୍ଚଳର ଖୁପ ମାରାଣ୍ଡି (୪୨) ଙ୍କ ଠାରୁ ୧୬୦ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନୁରୂପ ଭାବେ ବାଣ୍ଠିଆପଡ଼ା ଅଞ୍ଚଳରୁ ୨ଶହ ଲିଟର ଦେଶୀମଦ ଜବତ କରିଥିବା ମିଳିତ ଟିମ୍ ୨ହଜାର ପୋଚ ନଷ୍ଟ କରିଦେଇଥିବା ବେଳେ ଏହାର କୌଣସି ଦାବୀଦାର ନଥିବା ସୂଚନା ମିଳିଛି। ଏହି ଚଢ଼ାଉରେ ନୀଳଗିରି ରେଞ୍ଜ ଅବକାରୀବିଭାଗର ଇନ୍ସପେକ୍ଟର କେଶବଚନ୍ଦ୍ର ଦାସ, ବାଲେଶ୍ୱର ଭ୍ରାମ୍ୟମାଣ ଇନ୍ସପେକ୍ଟର ହରିହର ସିଂ, ନୀଳଗିରି ଅବକାରୀ ଓଆଇସି ଜଗନ୍ନାଥ ବେହେରା, ଭ୍ରାମ୍ୟମାଣ ସବ୍ ଇନ୍ସପେକ୍ଟର ଭବେଶ ଦାସ ଏବଂ ଅନ୍ୟକର୍ମଚାରୀ ସାମିଲଥିଲେ।

Post a Comment

Previous Post Next Post
Header ADS