ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ହେରାପଞ୍ଚମୀ ନୀତି ,
ରଥକାଠ ଭାଙ୍ଗିଲେ ଅଭିମାନିନୀ ମା ମହାଲକ୍ଷ୍ମୀ।
ନୀଳଗିରି,୧/୭(ଓଡ଼ିଶା ଆଦର୍ଶ): ପବିତ୍ର ହେରାପଞ୍ଚମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମଦିବସ ଷଷ୍ଠୀତିଥିରେ ଅଭିମାନିନୀ ମହାମାୟୀ ମା' ଲକ୍ଷ୍ମୀସାଆନ୍ତାଣୀ ରୋଷକରି ଶରଧାବାଲିରେ ଅବସ୍ଥିତ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ରଥକାଠ ଭାଙ୍ଗିବା ନୀତି ସମ୍ପନ୍ନ ହୋଇଛି। ଜଗନ୍ନାଥ ପରମ୍ପରା ଅନୁଯାୟୀ ବଡ଼ଠାକୁର ଶ୍ରୀମନ୍ଦିରରେ ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କୁ ଏକୁଟିଆ ଛାଡି ନଅ ଦିନ ପାଇଁ ଭାଇଭଉଣୀ ସହିତ ଜନ୍ମବେଦୀକୁ ଲୀଳାଖେଳା କରିବାପାଇଁ ଆସିଥିବା କାରଣରୁ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ରାଗରଖି ଭେଟକରିବା ଉଦ୍ଦେଶ୍ୟରେ ଶ୍ରୀଗୁଣ୍ଡିଚା ଯାତ୍ରା କରିଥିଲେ। ଏହା ହେଉଛି ମହାପ୍ରଭୁଙ୍କ ମାନବୀୟ ଲୀଳାର ଏକ ବିଶେଷ ଅଂଶ। ଏହି କ୍ରମରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମଙ୍ଗଳବାର ରାତ୍ର ପ୍ରାୟ ୭.୩୦ସମୟରେ ସେବାୟତ ମାନେ ଏକ ସୁସଜ୍ଜିତ ବିମାନରେ ଘଣ୍ଟା ବାଜା, କାହାଳୀ ବଜାଇ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଗୋପନରେ ଗୁଣ୍ଡିଚାବିଜେ ନୀତି କରାଇଥିଲେ। ବାଟରେ ବଡଦାଣ୍ଡ ଉପରେ ଠିଆହୋଇଥିବା ରଥର ଏକପାର୍ଶ୍ଵରେ ଥିବା କାଠକୁ ମହାଲକ୍ଷ୍ମୀ ଭାଙ୍ଗି ଦେଇଥିଲେ। ପରେ ଗୋପନରେ ମହାପ୍ରଭୁଙ୍କୁ ଦର୍ଶନ କରି ବଡ଼ଦେଉଳ ଫେରିଆସିଥିବା ନୀତି ସମ୍ପନ୍ନ ହୋଇଥିଲା।
Post a Comment