Header ADS

ବାଲେଶ୍ୱର ଜେଲ ସହ ନୀଳଗିରି ଜେଲ ମିଶ୍ରଣ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ ସାଂସଦ ପ୍ରତାପ ଷଡଙ୍ଗୀ।

 ବାଲେଶ୍ୱର ଜେଲ ସହ ନୀଳଗିରି ଜେଲ ମିଶ୍ରଣ ବାତିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠିଲେଖିଲେ ସାଂସଦ ପ୍ରତାପ ଷଡଙ୍ଗୀ।



ନୀଳଗିରି,୯/୭(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜେଲ ସହ ନୀଳଗିରି ଜେଲ ମିଶ୍ରଣ ହେବାକୁ ଗୃହବିଭାଗର ବିଜ୍ଞପ୍ତି ପ୍ରକାଶ ପାଇବାପରେ ଏହାକୁ ନାପସନ୍ଦ କରିଛନ୍ତି ନୀଳଗିରିର ଦୁଇ ଓକିଲସଂଘ ସହିତ ବହୁ ବୁଦ୍ଧିଜୀବୀ। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ୮ତାରିଖ ମୁଖ୍ୟମନ୍ତ୍ରୀଙ୍କୁ ଏହାର ପୁନର୍ବିଚାର କରିବାପାଇଁ ଚିଠିଲେଖିଛନ୍ତି। ସୂଚନା ଅନୁଯାୟୀ ୧୯୨୦ମସିହାରେ ପ୍ରତିଷ୍ଠିତ ଏହି ଜେଲ ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ସ୍ଵତନ୍ତ୍ର ଅଟେ। ସ୍ଵାଧୀନ ଭାରତରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ବରେ ନୀଳଗିରି ଗଡ଼ଜାତ ସର୍ବପ୍ରଥମେ ସ୍ଵାଧୀନ ଭାରତରେ ମିଶ୍ରଣ ହେବାପାଇଁ କେତକ ଚୁକ୍ତି ହୋଇଥିଲା। ଫଳରେ ନୀଳଗିରିକୁ ଉପଖଣ୍ଡର ମାନ୍ୟତା ମିଳିବାସହିତ କେତେକ ସ୍ଵତନ୍ତ୍ର କ୍ଷମତା ପ୍ରଦାନ କରାଯାଇଥିଲା ବୋଲି ସାଂସଦ ଉଲ୍ଲେଖ କରିଥିବା ଜଣାଯାଇଛି। ସେହି ଅନୁଯାୟୀ ନୀଳଗିରିକୁ ରାଜ୍ୟସରକାର ସ୍ୱତନ୍ତ୍ରଭାବେ ପ୍ରଚଳନ କରିଆସୁଥିଲେ। ରାଜତନ୍ତ୍ର ସମୟରୁ ନୀଳଗିରି ସବଜେଲକୁ ସେହିଦିବସ ଠାରୁ ରାଜା ଓ ପରବର୍ତ୍ତୀ ସମୟରେ ରାଜ୍ୟସରକାର ବ୍ୟବହାର କରିଆସୁଥିଲେ। ପରବର୍ତ୍ତୀ ସମୟରେ ୧୯୪୭ମସିହାରେ ବାଲେଶ୍ୱର ଜେଲ ନିର୍ମାଣ ହୋଇଥିଲା। ତେଣେ ବାଲେଶ୍ୱର ଜେଲର ବହୁବର୍ଷ ପୂର୍ବରୁ ନିର୍ମିତ ନୀଳଗିରି ଜେଲ ନିର୍ମିତ ହୋଇଥିବା ବେଳେ ଏଠାରେ ଉପଖଣ୍ଡ ବିଚାରବିଭାଗୀୟ ଅଧିକାରୀ, ସବଜଜ୍ ସହ ସହକାରୀ ଫୌଜଦାରୀ ଅଦାଲତ ଥିବା ବେଳେ ଆଗାମୀ ଦିନରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ସ୍ଥାପନ କରାଯିବା ପାଇଁ ଯୋଜନା କରାଯାଇଛି। ତେଣୁ ରାଜ୍ୟସରକାର ଏହାର ପୁନର୍ବିଚାର କରିବାକୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନୀଳଗିରିରୁ ସବଜେଲ ବାଲେଶ୍ୱର ସ୍ଥାନାନ୍ତର ନକରିବାକୁ ଅନୁରୋଧ କରିଛନ୍ତି।

Post a Comment

أحدث أقدم
Header ADS