ଦିନ ଦ୍ୱିପ୍ରହରରେ ଘର ଗେଟଭାଙ୍ଗି କଳାକନା ବୁଲାଇଲେ ଦୃର୍ବୁତ୍ତ।
ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା।
ନୀଳଗିରି,୨୬/୭(ଓଡ଼ିଶା ଆଦର୍ଶ): କିଛିଦିନ ଧରି ନୀଳଗିରି ଅଞ୍ଚଳରେ ଚୋରୀ ଥମିବାର ନା ଧରୁନି। ବାରମ୍ବାର ଚୋରମାନେ ଚୋରିକରି ଫେରାର ହୋଇଯାଉଥିବାର ଦେଖାଯାଇଛି। ଖାସ୍ କରି ଚୋରମାନେ ନୀଳଗିରିର ପୋଡାଶୁଳ ଅଞ୍ଚଳକୁ ଟାର୍ଗେଟ କରି ଗୋଟିଏପରେ ଗୋଟିଏ ଘରକୁ ଚୋରୀ କରି ଖସିଯାଇଥିବାର ଦେଖିବାକୁ ମିଳିଛି। ନିକଟ ଅତୀତରେ ପୋଡ଼ାଶୁଳ ଅଞ୍ଚଳରେ ଗୋଟିଏ ଘରକୁ ଟାର୍ଗେଟ କରି କଳାକନା ବୁଲାଇଥିବା ବେଳେ ପୁଣି ଆଜି ଦିନଦ୍ୱିପ୍ରହର ପେଟ୍ରୋଲ ଟାଙ୍କି ସମ୍ମୁଖରେ ଥିବା ଦେବେନ୍ଦ୍ର ବେହେରାଙ୍କ ଘରକୁ ଟାର୍ଗେଟ କରି ଯୋଜନାବଦ୍ଧ ଭାବେ ଘରେ କେହି ନଥିବାବେଳେ ସୁଯୋଗ ଉଣ୍ଡି ଘରର ପଛକବାଟ ଭାଙ୍ଗି ଘରେ ରଖିଥିବା ୧୫ଲକ୍ଷ ଟଙ୍କାର ସୁନାଗହଣା ସହ ନଗଦ ୬୦ହଜାରଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଦେବେନ୍ଦ୍ର ନୀଳଗିରି ଡାକ୍ତରଖାନାକୁ ଆସି ଫେରିବାପରେ ଘରେ ଚୋରୀ ହୋଇଯାଇଥିବାର ଜାଣିବାକୁ ପାଇଥିଲେ। ସ୍ତ୍ରୀ ଝିଅକୁ ନେଇ ବାଲେଶ୍ୱର ଦାନ୍ତଡ଼ାକ୍ତର ପାଖକୁ ନେଇ ଯାଇଥିବା ବେଳେ ୪ଘଣ୍ଟା ଭିତରେ ଚୋରମାନେ ଚୋରୀ କରି ଫେରାର ହୋଇଯାଇଥିଲେ। ତେବେ ନୀଳଗିରି ଅଞ୍ଚଳରେ ଦିନକୁ ଦିନ ଚୋରୀ ବଢ଼ିବଢ଼ି ଚାଲିଥିବା ବେଳେ ସାଧାରଣ ଜନତାଙ୍କ ଭିତରେ କୋକୁଆଭୟ ସଷ୍ଟି କରିଛି। ଏନେଇ ଦେବେନ୍ଦ୍ର ନୀଳଗିରି ଥାନାରେ ଅଭିଯୋଗ କରିବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
إرسال تعليق