Header ADS

ନୀଳଗିରି ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ଉଦ୍‌ଯାପିତ

 ନୀଳଗିରି ମହାବିଦ୍ୟାଳୟ ରେ ବନ ମହୋତ୍ସବ ସପ୍ତାହ ଉଦ୍‌ଯାପିତ



ନୀଳଗିରି,୨୬/୭(ଓଡ଼ିଶା ଆଦର୍ଶ): ନୀଳଗିରି କଲେଜରେ ୨୦୨୫ ଜୁଲାଇ ୨୦ ରୁ ୨୬ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ସପ୍ତାହ ଉଦ୍‌ଯାପିତ ହୋଇ ଯାଇଛି । ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ରୋକ୍ଥାମ ଓ ଜୈବ ବିବିଧତା ରକ୍ଷାର ଉଦ୍ଦେଶ୍ୟରେ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇ

ଥିଲା । ସପ୍ତାହ ସାରା ଛାତ୍ର/ଛାତ୍ରୀ, ଅଧ୍ୟାପକ ଓ ଏନ ଏସ ଏସ ସଦସ୍ୟମାନେ ମିଶି ବୃକ୍ଷ ଚାରା ଲଗାଇ ଏହି ପବିତ୍ର ଉଦ୍ୟମରେ ଅଂଶ ଗ୍ରହଣ କରିଥିଲେ ।

ପ୍ରାଚାର୍ଯ୍ୟ ଅନ୍ତର୍ୟାମୀ ରାଉଳ , ଉକ୍ତ କାର୍ଯ୍ଯକ୍ରମ କୁ ଉଦ୍‌ଘାଟନ କରି ଗଛର ଜୀବନ ଓ ପରିବେଶ ପାଇଁ ତାହାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ । ସେ ଛାତ୍ର/ଛାତ୍ରୀଙ୍କୁ ଏପରି ସଚେତନତା ମୂଳକ କାର୍ଯ୍ୟକ୍ରମରେ ସକ୍ରିୟ ଭାଗୀଦାର ହେବା ପାଇଁ ଉତ୍ସାହିତ କରି।

 ଏନଏସଏସ ସଂଯୋଜିକା କିରଣବାଳା ସେଠୀ ଓ ଓଡ଼ିଆ ଅଧ୍ୟାପକ ଅଶିଷ କୁମାର ମୁଦୁଲି ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟ ଭୂମିକା ନିଭାଇଥିଲେ । ସେମାନେ ବନ ମହୋତ୍ସବ ସପ୍ତାହର ସାଂସ୍କୃତିକ ଓ ପରିବେଶ ସମ୍ବନ୍ଧୀୟ ମୂଲ୍ୟବୋଧ ବିଷୟରେ ଆଲେଚନା କରିବା ସହିତ ଛାତ୍ର/ଛାତ୍ରୀଙ୍କୁ ଲଗାଯାଇଥିବା ବୃକ୍ଷଗୁଡ଼ିକୁ ଦୈନିକ ଦେଖଭାଲ କରିବା ଉପରେ ଜୋର ଦେଇଥିଲେ ।

 ସପ୍ତାହ ଭରି ବିଭିନ୍ନ ବିଭାଗର ଛାତ୍ର/ଛାତ୍ରୀ ମାନେ ଉତ୍ସାହର ସହିତ ଅନେକ ଧରଣର ଗଛ ଲଗାଇଥିଲେ । ଅନୁଷ୍ଠାନର ଶେଷ ଦିନ ସମସ୍ତେ ଏକ ପ୍ରତିଜ୍ଞା ଗ୍ରହଣ କରି ଥିଲେକି,ସେମାନେ ପରିବେଶ ସୁରକ୍ଷାରେ ନିଜ ଦାୟିତ୍ୱ ନିର୍ବାହ କରିବେ । ଏହି ବନ ମହୋତ୍ସବ ସପ୍ତାହ କଲେଜର ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଏକ ମାଇଲ ଷ୍ଟୋନ ଭାବେ ପରିଗଣିତ ହୋଇଛି।

Post a Comment

أحدث أقدم
Header ADS