ବଳାତ୍କାର ଅଭିଯୁକ୍ତ ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରି ରୁ ଗିରଫ
ନୀଳଗିରି,୨୭/୭(ଓଡ଼ିଶା ଆଦର୍ଶ):କିଛି ଦିନ ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ଏକ ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ କରି ଭୃଣ ହତ୍ୟା କରିବା ପାଇଁ ବାଧ୍ୟ କରିବା ଅଭିଯୋଗ ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିଜେଡି କର୍ପୋରେଟର ଅମରେଶ ଜେନା ,ବାଲେଶ୍ୱର ଜିଲା, ନୀଳଗିରି ଅଞ୍ଚଳରୁ ଗିରଫ ହେବା ଘଟଣା ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି। ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ, ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ରବିବାର ଦିନ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସଙ୍କ ସମେତ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ଓ ଥାନା କର୍ମଚାରୀ ସାଧା ପୋଷାକରେ ଆସି କଳାକାଦ ଗାଁର ପଇଁତରା ମାରିଥିଲେ। ସକାଳ ୧୧ଘଟିକା ସମୟରେ ଉକ୍ତ ଗ୍ରାମର ନିରୋଦ ରଞ୍ଜନ ମହାନ୍ତି(ସିଲୁ)ଙ୍କ ଘରୁ ଫେରାର କର୍ପୋରେଟରଙ୍କୁ ପାଇ ଗିରଫ କରିଥିଲେ । କିନ୍ତୁ ଦେଖିବାକୁ ଗଲେ ସିଲୁ ବିଜେଡିର ଜଣେ କୁଚାଲି ନେତା ଥିବାରୁ, ରାଜନୈତିକ ସମ୍ପର୍କ ଦୃଷ୍ଟି କୋଣରୁ କର୍ପୋରେଟରଙ୍କୁ ନିଜ ଘରେ ଶନିବାର ରାତିରୁ ଆଶ୍ରୟ ଦେଇଥିବାରୁ ଅଞ୍ଚଳରେ ମାହଲ ବେଶ ସରଗରମ ଥିବାର ଜଣା ପଡିଛି। ଅଧିକ ତଦନ୍ତ ଓ ଜେରା ପାଇଁ ତାଙ୍କୁ ବରହମପୁର ଥାନାକୁ ନିଆଯାଇ ଥିବା ବେଳେ, ସେଠାରେ କିଛି ସମୟ ରଖି ଭୁବନେଶ୍ଵର ଲକ୍ଷ୍ମୀସାଗର ଥାନାକୁ ନେଇ ଯାଇଥିବାର ସୂଚନା ମିଳିଛି।
إرسال تعليق