Header ADS

ନୀଳଗିରି ମହାବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀଙ୍କୁ ଏବିଭିପି ତରପରୁ ସ୍ୱାଗତ।

 ନୀଳଗିରି ମହାବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀଙ୍କୁ ଏବିଭିପି ତରପରୁ ସ୍ୱାଗତ।



ନୀଳଗିରି,୩୧/୭(ଓଡ଼ିଶା ଆଦର୍ଶ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏ ବି ଭି ପି)ବାଲେଶ୍ଵର ଜିଲ୍ଲା ନୀଳଗିରି ନଗର ତରଫରୁ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ନୀଳଗିରି ମହାବିଦ୍ୟାଳୟକୁ ନୂତନ କରି ଆସୁଥିବା ଯୁକ୍ତ ତିନି ଏବଂ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ର ଏବଂ ଛାତ୍ରୀ ଙ୍କୁ ଫୁଲ ଚନ୍ଦନ ଲଗେଇ ପେନ୍ ଏବଂ ପୁସିଂ କାର୍ଡ ଦେଇ ସ୍ବାଗତ କରାଯାଇଛି। ଏହି ଅବସରରେ ନୂତନ କରି ଆସିଥିବା ବିଦ୍ୟାର୍ଥୀ ଙ୍କୁ କଲେଜ୍ କ୍ୟାମ୍ପସ ପ୍ରସଙ୍ଗରେ ଜଣେଇବା ସହ କଲେଜ୍ କ୍ୟାମ୍ପସ ର ବାତାବରଣ ଯେମିତି ଠିକ୍ ରହିବ ସେ ବିଷୟରେ ବୁଝାଇ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ବିଭାଗ ସଂଯୋଜକ ସଞ୍ଜୀବ କୁମାର ମହାରଣା ସମେତ ନଗର ସଂପାଦକ ସୁଶାନ୍ତ କୁମାର ନାୟକ, ନବୀନ ବେହେରା,କିମତ୍ ସିଂ,ପ୍ରିୟରଞ୍ଜନ ମହାରଣା,ସିପୁନୁ ନାୟକ, ଜହ୍ନ ସିଂ,ମିତା ସିଂ, ପିଙ୍କି ସିଂ, ଅମ୍ରୀତ ସିଂ, ଶୁଭଙ୍କ ର ଦାସ, ସୁମନ ପୁଷ୍ଟି, ସରୋଜ ସେଠୀ,ସୁମନ,ଅଜିତ,କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

Previous Post Next Post
Header ADS