Header ADS

ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଜଡ଼ିଦା ପଞ୍ଚାୟତରେ ବୃକ୍ଷ ରୋପଣ

 ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଜଡ଼ିଦା ପଞ୍ଚାୟତରେ ବୃକ୍ଷ ରୋପଣ 



ନୀଳଗିରି,୩୧/୭(ଓଡ଼ିଶା ଆଦର୍ଶ): ପ୍ରକୃତିର ଶୋଭା ମଣ୍ଡନ କରିବା ଏବଂ ମନୁଷ୍ୟ, ପଶୁ, ପକ୍ଷୀ ମାନଙ୍କ ପରିବେଶ କୁ ସବୁଜ ସୁନ୍ଦର କରିବା ଉଦେଶ୍ଵରେ ଆଜି ନୀଳଗିରି ବ୍ଲକ୍ ଜଡିଦା ପଞ୍ଚାୟତ କାର୍ଯ୍ୟଳୟ ଠାରେ ଭାରତୀୟ ମାନବ ଅଧିକାର ପରିଷଦ ବାଲେଶ୍ଵର ଶାଖା ପକ୍ଷରୁ ଦୁଇ ଶହ ଗଛ ବଣ୍ଟନ କରାଯାଇଛି। ଏହି ଅବସରରେ ଭାରତୀୟ ମାନବ ଅଧିକାର ପରିଷଦ ବାଲେଶ୍ଵର ଜିଲ୍ଲା ସଭାପତି ମନୋଜ କୁମାର ସାମଲ, ବାଲେଶ୍ଵର ଜିଲ୍ଲା ମହିଳା ସେଲ କାର୍ଯ୍ୟକାରୀ ସଭାପତି ପ୍ରମିଳା ନାୟକ ଉପସ୍ଥିତ ରହି ଗଛ ବଞ୍ଚିଲେ ଜୀବନ ବଞ୍ଚିବ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଗଛ ଲଗେଇବି ଏବଂ ଏହାର ଯତ୍ନ ନେବି କହିବା ସହିତ ମାନବ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଜଡ଼ିଦା ପଞ୍ଚାୟତର ସୟଂ ସହାୟକ ଗୋଷ୍ଠୀ ର ମହିଳା ଏବଂ ସିଆରପି, ଏମବିକେ, ଇସି ଙ୍କ ସମେତ ପଞ୍ଚାୟତ ବାସୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଭାରତୀୟ ମାନବ ଅଧିକାର ପରିଷଦ ପକ୍ଷରୁ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ପଞ୍ଚାୟତ ବାସୀ ବେଶ ପ୍ରଶଂସା କରିଛନ୍ତି।

Post a Comment

Previous Post Next Post
Header ADS