ନୀଳଗିରି ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ଅନୁଷ୍ଠିତ
ନୀଳଗିରି,୧୮/୭(ଓଡ଼ିଶା ଆଦର୍ଶ):ଅଦ୍ୟ ଦିବା ୧୦ ଘଟିକା ରେ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ନୀଳଗିରି ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଞ୍ଚାୟତ ସମିତିର ଅଧ୍ୟକ୍ଷ। ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବାଲେଶ୍ଵର ଜିଲାର ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ, ନୀଳଗିରି ପଞ୍ଚାୟତ ସମିତିର ୩ ଜୋନର ସଦସ୍ୟ/ସଦସ୍ୟା ଶ୍ରୀଯୁକ୍ତ ଗୋତି କୃଷ୍ଣ ନନ୍ଦ, ଶ୍ରୀମତୀ ରଞ୍ଜିତା ସିଂ,ଶ୍ରୀମତୀ ସୁବର୍ଣ୍ଣ ମଞ୍ଜରୀ ସିଂ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜ୍ୟୋତିର୍ମୟ ପୋଥାଳ,ବି. ଡି.ଓ. ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡା,ତହସିଲଦାର ଶ୍ରୀମତୀ ସୋନମ୍ ଦାସ ଏବଂ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀଯୁକ୍ତ ଶରତ କୁମାର ଉପାଧ୍ୟାୟ ମଞ୍ଚାସିନ ଥିଲେ।ପ୍ରାରମ୍ଭରେ ବରେଣ୍ୟ ଅତିଥି ଗଣ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଏବଂ ପୁଷ୍ପା ଅର୍ପଣ ପରେ ସଭା ପୂର୍ବରୁ ଫକୀର ମୋହନ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଡିବ୍ୟଂଗତ ଛାତ୍ରୀ ସୁମ୍ୟାଶ୍ରୀ ବିଶି ଆମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ଏହି ୫ମ ସାଧାରଣ ବୈଠକରେ ଅଧ୍ୟକ୍ଷତା କରୁଥିବା ପଞ୍ଚାୟତ ସମିତିର ଅଧକ୍ଷ। ଶ୍ରୀମତୀ ମାଝୀ ଉପସ୍ଥିତ ବରେଣ୍ୟ ଅତିଥି ସମେତ ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ସ୍ଵାଗତ ସମ୍ଭାଷଣ କରିବାପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡାଙ୍କୁ ବିଗତ ବୈଠକର ବିବରଣୀ ସହିତ ଚଳିତ ବୈଠକର ଆଲୋଚ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ।ଏଥିରେ ନୀଳଗିରି ପଞ୍ଚାୟତ ସମିତିର ସମସ୍ତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧି ଯୋଗ ଦେଇ ନିଜ ନିଜର ଅଞ୍ଚଳର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ଏବଂ ପ୍ରସ୍ତାବ ଅଧ୍ୟକ୍ଷାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନୀଳଗିରି ପଞ୍ଚାୟତ ସମିତି ଅଧିନସ୍ତ ସମସ୍ତ ବିଭାଗର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯାଇଥିଲା।ଏଥିରେ ଶିକ୍ଷା,ସ୍ୱାସ୍ଥ୍ୟ,କୃଷି,ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ବାର୍ଦ୍ଧକ୍ୟ ଭତ୍ତା,ଖାଉଟି କାର୍ଡ, ଜଙ୍ଗଲ ଜମି ପଟ୍ଟା, ମହିଳା ଓ ଶିଶୁ ବିକାଶ,ପ୍ରଧାନ ମନ୍ତ୍ରୀ ଆବାସ ଗୃହ, ରାସ୍ତା ଘାଟ,ବିଦ୍ୟୁତ୍ ସେବା ଉପରେ ସମୀକ୍ଷା କରାଯାଇଥିଲା।ସ୍ୱାସ୍ଥ୍ୟ କ୍ଷେତ୍ରରେ ନୀଳଗିରି ପଞ୍ଚାୟତ ସମିତି ଅଧିନସ୍ତ ୫ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ୫୧ହଜାର ହିତାଧିକାରୀ ଆୟୁଷ୍ମାନ ଯୋଜନାରେ ଆବେଦନ କରିଥିବା ବେଳେ ଅଭୟ କାର୍ଡ ଏବଂ ଆପ ପି ଏମ ଜଏ କାର୍ଡ ରେ୩୯ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ଏବଂ ୪ହଜାର ଜଣଙ୍କୁ ଯୋଜନାରେ ବୋୟ ବନ୍ଦନରେ ଅନ୍ତର୍ଭୁକ୍ତ କରାଯାଇଛି। ଜନ ଜାତି ସମୂହ ବା ସାଧାରଣ ବର୍ଗର ଭୂମି ହୀନ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନା/ବସୁନ୍ଧରା ଯୋଜନାରେ ୪ ଡିସିମିଲ ଜମିପଟ୍ଟା ପ୍ରଦାନ ପାଇଁ ୧୩୭ ଗୋଟି ତାଲିକାଭୁକ୍ତ କରାଯାଇଥିଲା ବେଳେ ୧୫୮ ଗୋଟି ନୂଆ ଆବେଦନ ପତ୍ର ମଧ୍ୟରୁ ୮୭ ଗୋଟି ଚିହ୍ନଟ କରି ୨୧ ଜଣ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଇଛି।ଏହି ଭୂମି ହୀନ ମାନଙ୍କ ପାଇଁ ସରକାରଙ୍କ ଯୋଜନାକୁ ଗାଁ ମାନଙ୍କରେ ପ୍ରଚାର ପ୍ରସାର ମାଧ୍ୟମରେ ତ୍ବରାନ୍ବିତ କରିବା ପାଇଁ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ତହସିଲଦାରଙ୍କୁ ପରାମର୍ଶ ଦେଇ ଥିଲେ। ମହିଳା ଓ ଶିଶୁ ବିକାଶ ଯୋଜନାରେ ୩୮୯ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୩୪୦ ଗୋଟି ମଞ୍ଜୁରୀ ଥିବାବେଳେ ୨୧୪ ଗୋଟି କାର୍ଯ୍ୟକ୍ଷମ ୬୬ ଗୋଟି ବିଭିନ୍ନ ସମସ୍ୟା ପାଇଁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି ଏବଂ ୧୧ ଗୋଟି କର୍ମୀ ୧୭ ଗୋଟି ସହାୟିକା ନିଯୁକ୍ତି ସମ୍ପର୍କରେ ସି . ଡି. ପି.ଓ. ଅବଗତ କରିଥିଲେ। ନୀଳଗିରିରେ ୩୩୧୧୮ ଜଣ ଖାଉଟି ହିତାଧିକାରୀଙ୍କ ମଧ୍ୟରୁ ୬୪୨୦ ଜଣ ଅନ୍ତଦୟ ଯୋଜନା ଅନ୍ତର୍ଭୁକ୍ତ ୧୫୦୦ ଜଣ ନୂତନ ଭାବେ ଆବେଦନ କରିଥିବାବେଳେ ୭୫୦ଜଣ ଙ୍କ ଯାଞ୍ଚ କରାଯାଇଛି। ବାର୍ଦ୍ଧକ୍ୟବସ୍ଥା, ଭିନ୍ନକ୍ଷମ ହିତାଧୀକାରୀ ମାନଙ୍କ ପାଇଁ ସରକାର ବାଏ ପାସ୍ ବ୍ୟବସ୍ଥା କରିଛନ୍ତି। ସାମାଜିକ ସୁରକ୍ଷା ଯୋଜନାରେ ୧୫୪୦୫ ହିତାଧୀକାରୀ ବାର୍ଦ୍ଧକ୍ୟ ଭତ୍ତାପାଉଥିବାବେଳେ ସେଥିମଧ୍ୟରୁ ୧୮୬୮ ଜଣ ହିତାଧୀକାରୀ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଛି ଏବଂ୧୬୦୦ ନୂତନ ଭାବେ ଆବେଦନ କରି ଛନ୍ତି।କୃଷି କ୍ଷେତ୍ରରେ କୃଷକ ମାନଙ୍କ ପାଇଁ ପି. ଏମ କିଶାନ/ସି ଏମ କିଶାନ୍ କାର୍ଡ ପାଇଁ କୃଷକ ପଞ୍ଜୀକୃତ ନିମିତ୍ତ ୩ଗୋଟି ପ୍ରକ୍ରିୟାରେ ପଞ୍ଜୀକୃତ କରିବାକୁ ସମସ୍ତଙ୍କୁ ବିଭାଗୀୟ ଅଧିକାରୀ ଅବଗତ କରିଥିଲେ। ଏତଦ୍ ବ୍ୟତୀତ ମୁଖ୍ୟ ମନ୍ତ୍ରୀ ମକା ମିଶନ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଉଦ୍ୟାନ କୃଷି ଯୋଜନାରେ ହିତାଧିକାରୀଙ୍କୁ ହଳଦୀ ଏବଂ ଅଦା ଚାଷ ପାଇଁ ରିହାତି ଦରରେ ବିହନ ଯୋଗାଇ ଦେଉଥିବା ସମ୍ପର୍କରେ ଅବଗତ କରିଥିଲେ। ମତ୍ସ୍ୟ ଚାଷ ପାଇଁ ପୋଖୋରି ଖୋଳିବା, ଯାଆଁଳ , ଜାଲ ଏବଂ ଏରୋଟର ରିହାତି ଦରରେ ଯୋଗାଇ ଦେବା ପାଇଁ ବୈଠକରେ ପ୍ରକାଶ କରିଥିଲେ। ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଯୋଜନାରେ ୧୩୧୯୮ ଜଣ ଆବେଦନ କରି ଥିବାବେଳେ ୪୬୦୭ଜଣ ଚୟନ ହୋଇଥିବାବେଳେ ୯୦୦୦ ଜଣ ଆବାସ ଗୃହ ପାଇବା ପାଇଁ ଯୋଗ୍ୟ ଏବଂ ୩୮୦୦ ଜଣଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବୈଠକରେ ପ୍ରକାଶ କରିଥିଲେ।
ଏହି ୫ମ ସାଧାରଣ ବୈଠକରେ ନୀଳଗିରି ପଞ୍ଚାୟତ ସମିତି ଅଧିନସ୍ତ ସମସ୍ତ ପଞ୍ଚାୟତର ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାରେ ନିର୍ବାଚିତ ଲୋକ ପ୍ରତିନିଧି, ବିଭିନ୍ନ ବିଭାଗୀୟ ପଦାଧିକାରୀ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ଶେଷରେ ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଜ୍ୟୋତିର୍ମୟ ପୋଥାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।
إرسال تعليق