Header ADS

ଠାକୁର୍ ପୋଖରୀ ରେ ବେଆଇନ ମାଛ ଧରା କୁ ନେଇ ଗଣ୍ଡ ଗୋଳ

 ଠାକୁର୍ ପୋଖରୀ ରେ ବେଆଇନ ମାଛ ଧରା କୁ ନେଇ ଗଣ୍ଡ ଗୋଳ

କୋର୍ଟ ଆଦେଶ ନ ଦେଲେ ମାଛଧରା ବନ୍ଦ - ଆଇ ଆଇ ସି,ନୀଳଗିରି ଥାନା



ନୀଳଗିରି,୧୮/୭(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅଧୀନସ୍ଥ କହାଳିଆ ଗ୍ରାମ ର ଶ୍ରୀ ଶ୍ରୀ ରାହାସ ବିହାରୀ ଜୀଉ ଠାକୁର ଙ୍କ ନାମରେ ଥିବା ଏକ ପୋଖରୀ କୁ ନେଇ, ଦୁଇ ସାହି ମଧ୍ୟରେ ବହୁ ବାର ଗଣ୍ଡ ଗୋଳ ଘଟୁଥିବା ବେଳେ,ଆଜି ନୀଳଗିରି ପୋଲିସ ହସ୍ତକ୍ଷେପ କରି କୋର୍ଟ ଆଦେଶ ପର୍ଯ୍ୟନ୍ତ ପୋଖରୀ ରୁ କେହି ମାଛଧରି ପାରିବେ ନାହିଁ ବୋଲି ନୀଳଗିରି ଥାନା ଆଇ ଆଇ ସି ଗୋବର୍ଦ୍ଧନ ନାୟକ , ପ୍ରତିପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ରୁ ଜଣାଯାଇଛି,୧୮୬୬ମସିହା ୯ଅଙ୍କ ଦୂର୍ଭିକ୍ଷ ବେଳେ,ଉକ୍ତ ପୋଖରୀ କୁ ନୀଳଗିରି ରାଜା ସାହେବ ଖୋଳାଇ ଥିଲେ। ଏ ୦୧.୭୬ ଡିସିମିଲ ଜମି ରେ ଜଳାଶୟ ଓ ୪୦ କଡି ଓସାର ର ଆଡି ଥିଲା।ଏହା ସର୍ବ ସାଧାରଣ ଙ୍କ ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ଥିଲା।ମାତ୍ର ଚକ୍ରଧର ପୁର ସାହିର କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି,ଲୋଲୁପ ଦୃଷ୍ଟି ପକାଇ ୧୦୧୫ ମସିହା ରେ,ଉକ୍ତ ପୋଖରୀ ରେ ମାଛ ଚାଷ କରି,ପାଣି କୁ ନଷ୍ଟ କରିବା ସହିତ ଆଡି ୪୦ କଡି କୁ ହାଣି ପୋଖରୀ ରେ ମିଶାଇ ଦେଇଥିଲେ। ଫଳ ରେ ଏହି ଆଡି କୁ ରାସ୍ତା ରୂପେ ବ୍ୟବହାର କରୁଥିବା ପ୍ରାୟ୩ ଶହ ଲୋକ ପାଣି ଘେରରେ ରହିଥିଲେ।ଏଥିପାଇଁ ,ଉକ୍ତ ପୋଖରୀ କଡ଼ରେ ଥିବା ପୋଖରୀ ସାହି ଲୋକମାନେ ,ନୀଳଗିରି ସବ୍ ଜଜ୍ କୋର୍ଟ ରେ କେସ ନମ୍ବର ୧୭/୨୦୨୫ ଓ ୧୦୬/୨୦୨୫ ଦେୱାନି ମକଦ୍ଦମା କୋର୍ଟ ସ୍ଥିତାବସ୍ଥାବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏବଂଦେବତ୍ୱର ଆୟୁକ୍ତ,କଟକ,ଏହାର ତଦନ୍ତ କରିବା ପାଇଁ ,ଦେବାତ୍ତ୍ଵର ନିରୀକ୍ଷକ ଓ ସ୍ଥାନୀୟ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମାତ୍ର ଏହାକୁ ଭ୍ରୁକ୍ଷେପ ନ କରି, ଚକ୍ରଧର ପୁର ସାହି ର କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ବେଆଇନ କାର୍ଯ୍ୟ କରି ଚାଲି ଥିଲେ।ଆଜି ଭୋର୍ ୩ ଘଟିକା ସମୟରେ ମାଛ ଧରିବା ପାଇଁ , ଜାଲୁଆ ଙ୍କୁ ଧରି ପୋଖରୀ ପାଖରେ ପହଞ୍ଚିସ୍ଥାନୀୟ ଲୋକ ଓ ମହିଳା ଙ୍କୁ ଅଶ୍ଲୀଳ ଭାଷା ରେଗାଳି ଗୁଲଜ କରିଥିଲେ। ଏ ସମ୍ପର୍କ ରେ ମହିଳା ମାନେ, ଉଦୟ ଷଡ଼ଙ୍ଗୀ,କୃପାସିନ୍ଧୁ ରଥ, ପ୍ରଭାକର ପଣ୍ଡା,ବିଜୟ ଦାଶ,ନିନ ଦାଶ, ଦେଵବ୍ରତ ଷଡ଼ଙ୍ଗୀ, ଚିତ୍ତରଂଜନ ମହାପାତ୍ର ପ୍ରମୁଖ ୧୦ ଜଣଙ୍କ ନାମରେ ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ନୀଳଗିରି ପୋଲିସ ଅଭିଯୁକ୍ତ ମାନଙ୍କୁ ଡକାଇ ତାଗିଦ୍ କରିବା ସହିତ ପୋଖରୀ ମଧ୍ୟକୁ କୋର୍ଟ ଆଦେଶ ବିନା ଯାଇ ପାରିବେ ନାହିଁ କଡ଼ା ନିର୍ଦ୍ଦେଶ ଦେଇଥିଲେ।ଅଭିଯୋଗ କାରିଣୀ ମହିଳା ମାନଙ୍କ ମଧ୍ୟରେ, ସୂର୍ଯ୍ୟମଣି ମହାରଣା, ପ୍ରିୟଙ୍କା ଦାସ, ରଞ୍ଜିତା ଦାସ,ଭଗବତୀ ମହାରଣା,ରେବତୀ ମହାରଣା,ପ୍ରମିଳା ବେହେରା,ବାସନ୍ତୀ ଦାସ, ଶକୁନ୍ତଳା ବେହେରା , ପଙ୍କଜିନି ମହାରଣା ଓ ପ୍ରତିମା ମହାରଣା ପ୍ରମୁଖ ବହୁ ମହିଳା ଉପସ୍ଥିତ ଥିବା ଦେଖାଯାଇଛି।

Post a Comment

أحدث أقدم
Header ADS