Header ADS

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳଗିରି ପରିସର ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

 ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳଗିରି ପରିସର ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ

ଅବସର ପ୍ରାପ୍ତ ବିଦାୟୀ ଆଚାର୍ଯ୍ୟ ମହେନ୍ଦ୍ର କୁମାର ବାରିକ ସମ୍ବର୍ଦ୍ଧିତ



ନୀଳଗିରି,୧୦/୭(ଓଡ଼ିଶା ଆଦର୍ଶ):ଆଜି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ନୀଳଗିରି ପରିସର ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ବେଶ୍ ଧୁମ ଧାମ ରେ ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଆୟୋଜିତ ଉତ୍ସବରେ ,ମୁଖ୍ୟ ଅତିଥି ଭାବେ ମାନନୀୟ ବିଜନ କୁଗମାର ଜେନା, (ବିଭାଗୀୟ ନିରୀକ୍ଷକ,ବାଲେଶ୍ଵର)ମୁଖ୍ୟବକ୍ତା ଭାବେ କିରଣ କୁମାର ମହାରଣା (ଜିଲ୍ଲା ପ୍ରମୁଖ), ସମ୍ପାଦକ ପ୍ରଦୀପ କୁମାର ବେହେରା ,କୋଷାଧ୍ୟକ୍ଷ ହୃଷୀକେଶ ମହାନ୍ତି ,ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ବାରିକ, ଅବସର ପ୍ରାପ୍ତ ଆଚାର୍ଯ୍ୟ ମହେନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗ ଦେଇ,ଗୁରୁ ପୂର୍ଣ୍ଣିମା ର ମହତ୍ତ୍ଵ ଓ ଶିଶ୍ୟ/ ଶିଶ୍ୟା ( ଛାତ୍ର/ଛାତ୍ରୀ) କର୍ତ୍ତବ୍ୟ ସମ୍ପର୍କ ରେ ବହୁ ମୂଲ୍ୟବାନ କଥା ବକ୍ତବ୍ୟ ରେ କହିଥିଲେ।ଏହି କାର୍ଯ୍ୟ କ୍ରମ ରେ ପ୍ରଧାନ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,କୋଷାଧ୍ୟକ୍ଷ ଶ୍ରୀ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଅବସର ଗ୍ରହଣ କରିଥିବା ଆଚାର୍ଯ୍ୟ ମହେନ୍ଦ୍ର କୁମାର ବାରିକ ଙ୍କୁ ମାନପତ୍ର , ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେଷ୍ଠ କାର୍ଯ୍ୟ ଦକ୍ଷତା ପାଇଁ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ବାରିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁ ଭଉଣୀ ସୁଭ୍ରାଙ୍ଗୀ ରାଉତ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ,ଶିଶୁଭଉଣୀ ପ୍ରତ୍ୟୁଷା ଦଳେଇ ବ୍ୟକ୍ତିଗତ ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ/ ଗୁରୁ ମା ଓ ଅନ୍ତେବାସୀ ସହଯୋଗ କରି ଥିବା ଜଣାଯାଇଛି।

Post a Comment

أحدث أقدم
Header ADS