Header ADS

ଏବିଭିପି ପକ୍ଷରୁ' ସୌମ୍ୟାଶ୍ରୀ ' ଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପ ଦାନ

 ଏବିଭିପି ପକ୍ଷରୁ' ସୌମ୍ୟାଶ୍ରୀ ' ଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପ ଦାନ



ନୀଳଗିରି,୧୪/୭(ଓଡ଼ିଶା ଆଦର୍ଶ): ବାଲେଶ୍ଵର ଫକିର ମୋହନ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି ନିଜ ଦେହରେ ନିଆଁ ଲଗେଇ ଆତ୍ମାହୁତି ଉଦ୍ୟମ କରି ଏବେ ଭୁବନେଶ୍ୱର ଏମ୍ସ ରେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଏହି ଦୁଃଖଦ ଖବର ବର୍ତ୍ତମାନ ସାରା ଓଡ଼ିଶା ନୁହେଁ ବରଂ ଭାରତ ବର୍ଷରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ସମସ୍ତେ ଛାତ୍ରୀଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି। ଏହି ଦୁଃଖଦ ଖବର ପାଇ ବାଲେଶ୍ୱର ଜିଲ୍ଲା,ଏବିଭିପି ନୀଳଗିରି ନଗର ଶାଖା ପକ୍ଷରୁ ସମସ୍ତ କାର୍ଯ୍ୟକର୍ତା ମାନେ ଏକଜୁଟ ହୋଇ, ଛାତ୍ରୀ " ସୌମ୍ୟାଶ୍ରୀ " ଏବଂ " ଜ୍ୟୋତି " ଙ୍କ ଆଶୁ ଆରୋଗ୍ୟ କାମନା କରି ନୀଳଗିରି ଜଗନ୍ନାଥ ମନ୍ଦିର ସମ୍ମୁଖ ରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଏବଂ ଆମ ସାଢେ ୪ କୋଟି ଓଡ଼ିଆ ଙ୍କ ମଉଡମଣୀ କାଳିଆ ସାଆନ୍ତ ଙ୍କ ନିକଟରେ ନିଜ ନିଜର ଗୁହାରି ଜଣାଇ ପାର୍ଥନା କରିବା ସହ ୧୦୮ ଦୀପ ପ୍ରଜ୍ୱଳନ କରିଥିବା ଦେଖା ଯାଇଛି । ଏହି ଅବସରରେ ଏବିଭିପି ର ବିଭାଗ ସଂଯୋଜକ ସଞ୍ଜୀବ ମହାରଣା, ନଗର ଉପସଭାପତି ଜ୍ଞାନରଞ୍ଜନ ବେହେରା, ନଗର ସଂପାଦକ ସୁଶାନ୍ତ ନାୟକ , ଲକ୍ଷ୍ମୀଧର ବେହେରା, ଦିବ୍ୟଜ୍ୟୋତି, ଗଣେଶ୍ୱର ମୁଦୁଲି ଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Post a Comment

أحدث أقدم
Header ADS