Header ADS

ଜୁଲାଇ ୯ ସାଧାରଣ ଧର୍ମଘଟ ନୀଳଗିରି ରେ ସଫଳ

 ଜୁଲାଇ ୯ ସାଧାରଣ ଧର୍ମଘଟ ନୀଳଗିରି ରେ ସଫଳ 



ନୀଳଗିରି,୯/୭(ଓଡ଼ିଶାଆଦର୍ଶ):ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ ମାନେ ଆଜି ୧୮ ଦଫା ଦାବୀ ନେଇ ସାଧାରଣ ଧର୍ମଘଟ ଡାକରା ଦେଇଥିଲେ। ଉକ୍ତ ଧର୍ମଘଟ କୁ ସଫଳ ପାଇଁ ନୀଳଗିରି ରେ ବିଜେପି ବିରୋଧୀ ସମସ୍ତ ରାଜନୈତିକ ଦଳ ତରଫରୁ ସମର୍ଥନ ଦିଆଯାଇ ସକାଳ ଛ ଘଟିକା ରୁ ଲକ୍ଷ୍ମୀ ସାଗର ଛକ ରେ ରାସ୍ତା ରୋକ କରାଯାଇ ଦୋକାନ ବଜାର ବନ୍ଦ ପାଇଁ ପିକେଟିଂ କରାଯାଇଥିଲା। ଫଳରେ ଅଧିକାଂଶ ଦୋକାନ ବଜାର ବନ୍ଦ ଥିଲା। ବ୍ଯାଙ୍କ, ବୀମା, ପୋଷ୍ଟ ଅଫିସ ବନ୍ଦ ହୋଇଥିଲା। ନୂତନ ଶ୍ରମ କୋଡ୍ ବାତିଲ, ବେକାରୀ ଙ୍କୁ ନିଯୁକ୍ତି, ଚାଷୀ ମାନଙ୍କୁ ଏମଏସପି ପ୍ରଦାନ, ସ୍କିମ ୱାର୍କର୍ସ ମାନଙ୍କୁ ସରକାରୀ ମାନ୍ୟତା, ଘରୋଇ କରଣ ବନ୍ଦ ଇତ୍ୟାଦି ୧୮ ଦଫା ଦାବୀ ଉପରେ ଚାରି ଦଳର ନେତାମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉକ୍ତ ଆନ୍ଦୋଳନ ରେ ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ, ସିପିଆଇ (ଏମ) ର ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ସତ୍ୟଜିତ ଦାସ,ସିପିଆଇ ର ବୟଜ୍ୟୋଷ୍ଠ ନେତା କୈଳାସ ଚନ୍ଦ୍ର ପଣ୍ଡା,ସିପିଆଇ ଜିଲ୍ଲା ସମ୍ପାଦକ ନିରଞ୍ଜନ ବାରିକ, ଜ୍ୟୋତିର୍ମୟ ରାଉତ, ହେମେନ୍ଦ୍ର ସେଠୀ, ମୃତ୍ୟୁଞ୍ଜୟ ନାୟକ, ଅମରେନ୍ଦ୍ର ନାୟକ, ଗଙ୍ଗାଧର ମିଶ୍ର, ଜାତୀୟ କଂଗ୍ରେସ ର ଯଶୋଦା ନନ୍ଦନ ସିଂ, ଉପେନ୍ଦ୍ର ବେହେରା, ମନୋରଞ୍ଜନ ପଣ୍ଡା, ଙ୍କ ସମେତ ବହୁ ସାଥୀ ଆନ୍ଦୋଳନ ରେ ସାମିଲ ହୋଇଥିଲେ।

Post a Comment

أحدث أقدم
Header ADS