Header ADS

ମହିଳା ନିର୍ଯାତନା ବୃଦ୍ଧି ନେଇ ବିଜେଡିର ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ।

 ମହିଳା ନିର୍ଯାତନା ବୃଦ୍ଧି ନେଇ ବିଜେଡିର ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ।



ନୀଳଗିରି,୨୫/୬(ଓଡ଼ିଶା ଆଦର୍ଶ):ସ୍ୱଚ୍ଛ ଓ ଲୋକଙ୍କ ସରକାର କହୁଥିବା ରାଜ୍ୟର ବିଜେପି ଶାସନରେ ବୃଦ୍ଧିପାଇଛି ନାରୀ ନିର୍ଯ୍ୟାତନା। ବିଜେପିର ଏକବର୍ଷର ଶାସନରେ ଦରଦାମ ବୃଦ୍ଧି ଠାରୁ ଆରମ୍ଭକରି ନାରୀନିର୍ଯାତନା ଚରମସୀମାରେ ପହଞ୍ଚିଛି।ସେଥିପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଟ୍ରମ୍ପ ପ୍ରଶାସନ ତାଙ୍କ ଦେଶର ନାଗରିକ ମାନଙ୍କୁ ଓଡ଼ିଶା ଆସିବାକୁ ବାରଣ କରିଛି। ତେଣୁ ସୁଶାସନର ଡିଣ୍ଡିମ ପିଟୁଥିବା ବିଜେପିର ମୋହନ ସରକାରରେ ଏବେ ଗୋପାଳପୁର କଲେଜର ଜୈନିକ ଛାତ୍ରୀ ଗଣଧର୍ଷଣର ଶିକାର ହୋଇଥିବା ରାଜ୍ୟରେ ହଟଚମଟ ସୃଷ୍ଟି କରିଛି। ମହିଳାଙ୍କୁ ସୁରକ୍ଷାଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବାରୁ ବିଜୁ ଜନତାଦଳ ୨୫ଜୁନ ସମଗ୍ର ରାଜ୍ୟରେ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ଡାକରା ଦେଇଥିଲା। ଏହି ପରିପ୍ରେକ୍ଷୀରେ ନୀଳଗିରିର ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ନୀଳଗିରି ଓ ଔପଦା ଠାରେ ବିଜୁ ଛାତ୍ରଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଛବି ଦହନ କରାଯିବା ସହ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆନ୍ଦୋଳନ କରି ତୀବ୍ର ସମାଲୋଚନା କରିଥିଲେ। ନୀଳଗିରି ମହାବିଦ୍ୟାଳୟଠାରେ ଯୁବନେତା ଉଦୟଜ୍ୟୋତି ମହାନ୍ତି, ରାଜୀବ ଦାସବାବୁ ଏବଂ କୁମାର ରାୟଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନରେ ସାମିଲ ହୋଇ ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଏବଂ ବଢୁଥିବା ନାରୀନିର୍ଯ୍ୟାତନା ବିରୋଧରେ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେହିପରି ନୀଳଗିରି ମହିଳା ମହାବିଦ୍ୟାଳୟରେ ବୁଦ୍ଧଦେବ ସରକାର ଏବଂ ଅଚ୍ୟୁତ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ଆନ୍ଦୋଳନ ହୋଇଥିବା ବେଳେ ସ୍ୱର୍ଣଚୁଡ ମହାବିଦ୍ୟାଳୟ ମିତ୍ରପୁର୍ ଠାରେ ଅମିତ ସ୍ୱାଇଁ, ଦୁର୍ଗା ମହାନ୍ତି, ଅଭିଷେକ ମଲ୍ଲିକ, ଚନ୍ଦନ ନାୟକ, ବୁଲବୁଲ ପଣ୍ଡାଙ୍କ ଉପସ୍ଥିତିରେ ଛାତ୍ର ଆନ୍ଦୋଳନ କରାଯାଇଥିବା ସୂଚନା ମିଳିଛି।

Post a Comment

Previous Post Next Post
Header ADS