କ୍ଷୁଦ୍ର ଚଳଚିତ୍ର ରକ୍ତଵୀଜ ର ଶୁଭ ଉଦ୍ଘାଟନ କଲେ ପ୍ରଯୋଜକ ଶୁଭକଲ୍ୟାଣ ପଟ୍ଟନାୟକ
ନୀଳଗିରି,୨୬/୬(ଓଡ଼ିଶା ଆଦର୍ଶ):ନୀଳଗିରି ଉପଖଣ୍ଡ ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ସ୍ଥିତ ,କେ ଆର ରିଶୋଟ ରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ପରିବାର ଏବଂ ଅଞ୍ଚଳବାସୀ ଙ୍କ ଉପସ୍ଥିତି ରେ ଶୁଭକଲ୍ୟାଣ ପଟ୍ଟନାୟକ ହିନ୍ଦୀ କ୍ଷୁଦ୍ର ଚଳଚିତ୍ର ରକ୍ତବୀଜ ର ଶୁଭ ଉଦ୍ଘାଟନ କରିଛନ୍ତି।ଏହି ଚଳଚିତ୍ର ଟି ମହିଳା ଙ୍କ ଉପରେ ଦେଶ ରେ ହେଉଥିବା ଅମାନବୀୟ ଅତ୍ୟାଚାର ସହିତ ଦେଶ ରେ ବଢୁଥିବା ହତ୍ୟାଅପରାଧ ଉପରେ ଆଧାରିତ ହୋଇଥିବା କୁହାଯାଇଛି।ଏହା ଏକ ସସ୍ପେନ୍ସ ଥ୍ରୀଲର ଏବଂ କ୍ରାଇମ ଉପରେ ଆଧାରିତ କ୍ଷୁଦ୍ର ଚଳଚିତ୍ର ଅଟେ ।ଏହାକୁ ଦେଖିଲେ ଦର୍ଶକ ମାନଙ୍କ ମନୋରଞ୍ଜନ ହେବା ସହିତ ଅନେକ କିଛି ଶିଖିବାକୁ ମିଳିବ ବୋଲି ପ୍ରଯୋଜକ ଶୁଭକଲ୍ୟାଣ ମତ ପ୍ରକାଶ କରିଛନ୍ତି । ଏହି ଚଳଚିତ୍ର କୁ ମିଶାଇ ସେ ୫ଟି କ୍ଷୁଦ୍ର ଚଳଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଥିବା କହିଛନ୍ତି। ସମସ୍ତ ୫ଟି ଚଳଚିତ୍ର ସମାଜ ର ବିଭିନ୍ନ ଘଟଣାବଳି ଉପରେ ଆଧାରିତ ଏବଂ ଜାତୀୟ ଭାଷା ହିନ୍ଦୀ ରେ ନିର୍ମିତ ହୋଇଛି। ଆଗାମୀ ଦିନ ରେ ଓଡ଼ିଆ ରେ ମଧ୍ୟ ଚଳଚିତ୍ର ପ୍ରଯୋଜନା କରିବା ନେଇ ,ସେ ଆଶାବାଦୀ ଅଛନ୍ତି । ବାଙ୍ଗାଲୋର ରେ ନିଜର ବ୍ୟସ୍ତ ବହୁଳ ସଫ୍ଟ ୱେର ଇଞ୍ଜିନିଅର ଚାକିରୀ ସହିତ ସମୟ ବାହାର କରି ଏହି ଚଳଚିତ୍ର ପ୍ରସ୍ତୁତ କରିବା ପାଇଁ ବହୁ କଷ୍ଟ କରିବାକୁ ପଡିଛି। ଏହା ନିଶା ରେ ପରିଣତ ହୋଇଥିବା ମନ୍ତବ୍ୟ ଦେଇଛନ୍ତି ସେ । ଉପସ୍ଥିତ ଅଞ୍ଚଳବାସୀ ଶୁଭକଲ୍ୟାଣ ଙ୍କ ପ୍ରଶଂସା କରିବା ସହିତ ସମ୍ଭବତଃ ଏହାର ଅନୁବାଦ ଓଡ଼ିଆ ରେ କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି ।ଖୁଦ୍ର ଚଳଚିତ୍ର ରକ୍ତବୀଜ ର କିଛି ମୁଖ୍ୟାଂଶ ର ଝଲକ ଏହି ଶୁଭ ଉଦ୍ଘାଟନ ଅବସର ରେ ଅଞ୍ଚଳବାସୀ ଦେଖିବାକୁ ପାଇଥିବା ବେଳେ, ଏହା ସମ୍ପୂର୍ଣ ଆଇ ଟୁ ମିଡିଆ ପ୍ରଡକ୍ସନ ନାମକ ୟୁ ଟ୍ୟୁବ୍ ଚାନେଲ ରେ ଉପଲବ୍ଧ ରହିଥିବା ସୂଚନା ଦେଇଛନ୍ତି । ସୂଚନା ମୁତାବକ ୨ଦିନ ତଳେ ଏହା ୟୁ ଟ୍ୟୁବ୍ ରେ ଦର୍ଶକ ପାଇଁ ଉପଲବ୍ଧ ହୋଇଥିବା ବେଳେ, ୪୮ ଘଣ୍ଟା ମଧ୍ୟରେ ୨୨ହଜାର ଦର୍ଶକ ଦେଖିବା ସହିତ ୫ଶହ ରୁ ଉର୍ଦ୍ଧ ଲୋକ ଏହାକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ମାଟି କଳା ଓ ସଂସ୍କୃତି ର ଏନ୍ତୁଡ଼ିଶାଳ ହୋଇଥିବା ବେଳେ, ଅଞ୍ଚଳ ବାସୀ ଶୁଭକଲ୍ୟାଣ ଙ୍କ ଉପରେ ଅନେକ ଆଶା ଓ ଭରସା କରିଥିବା କୁହା ଯାଉଛି।
Post a Comment