Header ADS

କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ।

 କୁଳଡିହା ଅଭୟାରଣ୍ୟରୁ ଶିକାରୀ ଗିରଫ।

ବନ୍ଧୁକ ଏବଂ ଧନୁତୀର ଜବତ



ନୀଳଗିରି ,୧୮/୬(ଓଡ଼ିଶା ଆଦର୍ଶ):କୂଳଡିହା ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଥିଲା ବେଳେ ଅଭୟାରଣ୍ୟ ମଧ୍ୟରେ ଥିବା ପଶୁପକ୍ଷୀ କେତେ ସୁରକ୍ଷିତ ତାହା ଏବେ ଚିନ୍ତା କାରଣ ପାଲଟିଛି। ମଙ୍ଗଳବାର ଦିନ ଅଭୟାରଣ୍ୟ ମଧ୍ୟରେ ଏକ ହାତୀର ଗଳିତଶବ ବନବିଭାଗ ଠାବ କରିଥିଲା। ଅଭୟାରଣ୍ୟ ମଧ୍ୟରେ ଶିକାରୀଙ୍କୁ ରୋକ୍ ଦେବାପାଇଁ କୁଳଡିହା ରେଞ୍ଜର ସୁବ୍ରତ ବେହେରା ଶିକାରୀଙ୍କ ଉପରେ ତୀକ୍ଷଣ ଦୃଷ୍ଟି ରଖିଥିବା ବେଳେ ଆଜି ସକାଳେ ହୁଡ଼ିସାହି ଗ୍ରାମର ଦାଶରଥି ସିଂ(୪୨) ଙ୍କ ଘରେ ଚଢ଼ାଉ କରିଥିଲେ। ତା ନିକଟରୁ ଏକ ଦେଶୀ ବନ୍ଧୁକ, ଦୁଇଟି ଧନୁତୀର ଏବଂ ଗୋଳାବାରୁଦ ଜବତ କରିବା ସହିତ ଦାଶରଥିକୁ ଗିରଫ କରିଥିଲେ। ତେବେ ହାତୀମୃତ୍ୟୁ ଘଟଣାରେ ଦାଶରଥି ସିଂ ଙ୍କ ସଂପୃକ୍ତିକୁ ନେଇ ବନବିଭାଗ ଅଧିକ ଖୋଳତାଡ଼ ଜାରିରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Post a Comment

أحدث أقدم
Header ADS